ତେଲ୍ ଆଭିଭ,୨୪ା୧୨:ଗାଜା ଷ୍ଟ୍ରିପ୍ରେ ରବିବାର ଘମାଘୋଟ ଲଢ଼େଇରେ ଇସ୍ରାଏଲ୍ର ୧୪ ସୈନ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ୍ ଗାଜାରେ ସ୍ଥଳ ଯୁଦ୍ଧ ଆରମ୍ଭ କରିବାଠାରୁ ଏହା ସେମାନଙ୍କ ପାଇଁ ସବୁଠୁ ରକ୍ତରଞ୍ଜିତ ଦିନ। ଇସ୍ରାଏଲ୍ର କ୍ରମାଗତ ଆକ୍ରମଣ ସତ୍ତ୍ୱେ ହମାସ୍ ଲଢ଼େଇ ଜାରି ରଖିଥିବା ସ୍ପଷ୍ଟ ହୋଇଛି। ଗତ ଅକ୍ଟୋବର ୭ରେ ହମାସ୍ ଆତଙ୍କବାଦୀ ଇସ୍ରାଏଲ୍ ଉପରେ ଆକ୍ରମଣ କରିବାରୁ ଏହାର ୧,୨୦୦ ଲୋକଙ୍କ ମୃତ୍ୟୁ ଘଟିବା ସହ ଆତଙ୍କବାଦୀମାନେ ୨୪୦ ଜଣଙ୍କୁ ପଣବନ୍ଦୀ କରିନେଇଥିଲେ। ଏହା ପରେ ଇସ୍ରାଏଲ୍ର କ୍ରମାଗତ ଆକ୍ରମଣରେ ଗାଜା ଷ୍ଟ୍ରିପ୍ର ୨୦,୪୦୦ରୁ ଅଧିକ ଲୋକେ ପ୍ରାଣ ହରାଇଲେଣି। ୨୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଗାଜାର ୮୫ ପ୍ରତିଶତ ଲୋକ ଘରଦ୍ୱାର ଛାଡ଼ି ପଳାଇଗଲେଣି। ଦିନକ ପୂର୍ବରୁ ସେଠାରେ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା।