ମେକ୍ସିକୋ ଜେଲରେ ଆଖିବୁଜା ଗୁଳିମାଡ଼: ୧୪ ମୃତ

ଜୁଆରେଜ(ମେକ୍ସିକୋ),୨।୧: ଉତ୍ତର ମେକ୍ସିକୋ ସୀମାନ୍ତ ଜୁଆରେଜ ସହରରେ ଏକ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଆତତାୟୀମାନେ ଏକ ଜେଲରେ ପଶି ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଗୁଳିକାଣ୍ଡ ପରେ ଜେଲରୁ ୨୪ କଏଦୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ୧୦ଜଣ ସୁରକ୍ଷା କର୍ମୀଙ୍କ ସହ ୪ଜଣ ଅନ୍ତେବାସୀ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, କେତେଜଣ ବନ୍ଧୁକଧାରୀ ଏକ ଗାଡ଼ିରେ ଆସି ଜେଲ ନିକଟରେ ପହଞ୍ଚିଥିଲେ। ପରେ ଜେଲରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। ଏଥିପାଇଁ କୌଣସି ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିନାହିଁ।

Share