Categories: ଖେଳ

୧୪ ଜଣିଆ ଭାରତ ‘ଏ’ ଦଳ ଘୋଷଣା

ନୂଆଦିଲ୍ଲୀ, ୩ା୬ (ପି.ଟି.): ହଂକଂରେ ଜୁନ୍‌ ୨୧ରୁ ଏସିସି (ଏସିଆନ କ୍ରିକେଟ କାଉନ୍‌ସିଲ) ଏମର୍ଜିଂ ମହିଳା ଏସିଆ କପ୍‌ ଖେଳାଯିବ। ଏଥିପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ମହିଳା ସିଲେକ୍ସନ କମିଟି ତରଫରୁ ୧୪ ଜଣିଆ ଦଳ ଘୋଷଣା କରାଯାଇଛି। ବ୍ୟାଟିଂ ଅଲରାଉଣ୍ଡର ଶ୍ୱେତା ଶେରାଓ୍ବତଙ୍କୁ ଦଳର ଅଧିନାୟିକା କରାଯାଇଛି। ଭାରତ ‘ଏ’ ଜୁନ୍‌ ୧୩ରେ ଆୟୋଜକ ହଂକଂ ବିପକ୍ଷରେ ଖେଳି ଟୁର୍ନାମେଣ୍ଟରେ ଏହାର ଅଭିଯାନ ଆରମ୍ଭ କରିବ। ଇଭେଣ୍ଟରେ ଭାଗ ନେଇଥିବା ୮ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଭାରତ ‘ଏ’, ହଂକଂ, ଥାଇଲାଣ୍ଡ ‘ଏ’ ଓ ପାକିସ୍ତାନ ‘ଏ’ ଦଳ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍‌ ‘ବି’ରେ ବାଂଲାଦେଶ ‘ଏ’, ଶ୍ରୀଲଙ୍କା ‘ଏ’, ମାଲେସିଆ ଓ ସଂଯୁକ୍ତ ଆରବ ଏମିରେଟ୍ସ ଦଳ ସ୍ଥାନ ପାଇଛନ୍ତି। ଫାଇନାଲ ଜୁନ୍‌ ୨୧ରେ ଖେଳାଯିବ।
ଭାରତ ‘ଏ’ (ଏମର୍ଜିଂ) ଦଳ
ଶ୍ୱେତା ଶେରାଓ୍ବତ (ଅଧିନାୟିକା), ସୌମ୍ୟା ତିଓ୍ବାରୀ (ଉପଅଧିନାୟିକା), ତ୍ରିସା ଗୋଙ୍ଗାଡି, ମୁସ୍‌କାନ ମଲିକ, ଶ୍ରେୟଙ୍କା ପାଟିଲ, କନିକା ଆହୁଜା, ଉମା ଛେତ୍ରୀ (ଉଇକେଟକିପର), ମମତା ମାଦିଓ୍ବାଲା (ଉଇକେଟକିପର), ତିତାସ ସାଧୁ, ୟାଶାରି ଏସ୍‌., କାଶଭି ଗୌତମ, ପାର୍ଶଭି ଚୋପ୍ରା, ମନ୍ନତ କାଶ୍ୟପ, ବି. ଅନୁଶା। ମୁଖ୍ୟ କୋଚ୍‌: ନୁଶିନ୍‌ ଅଲ୍‌ ଖାଦିର।
ଭାରତ ‘ଏ’ ଦଳର କାର୍ଯ୍ୟସୂଚୀ
ଜୁନ୍‌ ୧୩- ଭାରତ ‘ଏ’ ବନାମ ହଂକଂ, ଜୁନ୍‌ ୧୫- ଭାରତ ‘ଏ’ ବନାମ ଥାଇଲାଣ୍ଡ ‘ଏ’, ଜୁନ୍‌ ୧୭- ଭାରତ ‘ଏ’ ବନାମ ପାକିସ୍ତାନ ‘ଏ’।

Share