Categories: ଜାତୀୟ

କୁକି ମହିଳାଙ୍କୁ ଉଲଗ୍ନ ପରେଡ୍‌ରେ ସମ୍ପୃକ୍ତ ଆଉ ୧୪ ଚିହ୍ନଟ

ନୂଆଦିଲ୍ଲୀ,୨୪ା୭: ମଣିପୁର ହିଂସା ବେଳେ କୁକି ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାର ଭିଡିଓ ପଦାକୁ ଆସିବା ପରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଉକ୍ତ ଭିଡିଓରୁ ଆଉ ୧୪ ଜଣଙ୍କୁ ଚିହ୍ନଟ କରିଛି। ମେ’ ୪ରେ ମଣିପୁରର କଙ୍ଗପୋକ୍‌ପି ଜିଲାରେ ହିଂସାକାରୀମାନେ ୨ କୁକି ମହିଳାଙ୍କୁ ଉଲଗ୍ନ ପରେଡ କରାଇଥିଲେ। ୨୬ ସେକେଣ୍ଡର ଏହି ଭିଡିଓ ଗତ ୧୯ ତାରିଖରେ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଯୌନ ନିର୍ଯାତନାର ଶିକାର ୨ ମହିଳାଙ୍କ ମଧ୍ୟରୁ ଜଣେ ପୂର୍ବତନ ଯବାନଙ୍କ ସ୍ତ୍ରୀ। ସେ ଆସାମ ରେଜିମେଣ୍ଟରେ ସୁବେଦାର ଥିବାବେଳେ କାର୍ଗିଲ ଯୁଦ୍ଧ ଲଢ଼ିଥିଲେ। ମଣିପୁରରେ ମେ’ ୩ରୁ ଜାତିଆଣ ହିଂସା ଆରମ୍ଭ ହୋଇଥିଲା। ଏଥିରେ ୧୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି।

Share