ନୂଆଦିଲ୍ଲୀ,୧୩।୫: ରାଜସ୍ଥାନର ଝୁନୁଝୁନ୍ ଜିଲାର ଏକ ଖଣିରେ ହିନ୍ଦୁସ୍ତାନ କପର୍ ଲିମିଟେଡ୍ର ୧୪ ଜଣ ଅଧିକାରୀ ଏବଂ ସଦସ୍ୟମାନେ ୧୮୦୦ ଫୁଟ୍ ଗଭୀର ଖାଦାନରେ ଫସି ରହିଛନ୍ତି। କର୍ମଚାରୀମାନଙ୍କୁ ଭିତରକୁ ଓ ବାହାରକୁ ପରିବହନ ପାଇଁ ବ୍ୟବହୃତ ଭର୍ଟିକାଲ ଲିଫ୍ଟରେ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ଜଣେ ଖଣି ଅଧିକାରୀଙ୍କ କହିବାନୁସାରେ, ଅଧିକାରୀମାନଙ୍କୁ ଖଣିରୁ ବାହାର କରିବା ପାଇଁ ଅପରେଶନ ଆରମ୍ଭ ହୋଇଛି।
ପୋଲିସର ସୂଚନାନୁସାରେ, କୋଲିହାନ ଖଣିରେ ଥିବା ଭିଜିଲାନ୍ସ ଟିମ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଯାଞ୍ଚ କରିବା ପାଇଁ ଅନେକ ଶହ ମିଟର ତଳକୁ ଯାଇଥିଲେ। ଯେତେବେଳେ ସେ ଆସିବାକୁ ଯାଉଥିଲେ, ଲିପ୍ଟର ଦଉଡି ଛିଡି ଯାଇଥିଲା, ଯେଉଁ କାରଣରୁ ଖଣି ଭିତରେ ଯାଞ୍ଚ କରିବାକୁ ଯାଇଥିବା ୧୪ ଜଣ ଅଧିକାରୀ ଫାସରେ ପଡ଼ିଯାଇଥିଲେ। ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏପର୍ଯ୍ୟନ୍ତ ୪ ଜଣଙ୍କୁ ଉଦ୍ଧାର କରାଯାଇଛି।