ନୂଆଦିଲ୍ଲୀ,୨୪।୩: ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ। ବିରୋଧୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟରେ ରଖିଥିଲେ। ସେ କହିଛନ୍ତି, ଆମେ କୌଣସି ବିଚାରାଧୀନ ମାମଲାରେ ହସ୍ତକ୍ଷେପ ଚାହୁଁ ନାହୁଁ, କିନ୍ତୁ ଗିରଫ ଏବଂ ଜାମିନ ପାଇଁ କୋର୍ଟ ନିର୍ଦ୍ଦେଶାବଳୀ ସ୍ଥିର କରିବା ଉଚିତ। ବିରୋଧୀ ଦଳର ନେତାଙ୍କୁ ନିରନ୍ତର ଟାର୍ଗେଟ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।