ବିଧାୟକଙ୍କୁ ଆକ୍ରମଣ ମାମଲାରେ ୧୪ଜଣଙ୍କୁ ଜାମିନ

ଯାଜପୁର ଟାଉନ,୪।୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ମାମଲାରେ ମଙ୍ଗଳବାର ୧୪ଜଣଙ୍କ ଜାମିନ ମଞ୍ଜୁର ହୋଇଛି। ଏହି ଘଟଣାରେ ଯାଜପୁର ପୋଲିସ ୧୪ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଥିଲା। ଗତ ନଭେମ୍ବର ୨୦ ସନ୍ଧ୍ୟାରେ ବିରଜା ପ୍ରକଳ୍ପ ସପକ୍ଷବାଦୀଙ୍କ ପକ୍ଷରୁ ସ୍ଥାନୀୟ ବୁଢ଼ାଘାଟଠାରେ ରାସ୍ତାରୋକୋ କରାଯାଇଥିଲା। ଏହି ସମୟରେ ଉକ୍ତ ରାସ୍ତାଦେଇ ବିଧାୟକ ଯାଜପୁର ଆସୁଥିବାବେଳେ ତାଙ୍କୁ ଆକ୍ରମଣ କରାଯିବା ସହ ତାଙ୍କ ସୁନା ଚେନ୍‌ ଛିଣ୍ଡାଇ ନିଆଯାଇଥିଲା। ଏଥିସହିତ ତାଙ୍କ ଅଙ୍ଗରକ୍ଷୀ (ପିଏସ୍‌ଓ) ଶକ୍ତିପ୍ରସାଦ ରାଉତଙ୍କୁ ମାଡ଼ମାରିଥିବା ନେଇ ସେ ଯାଜପୁରସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୩୩୦/୨୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଯାଜପୁର ଏସ୍‌ଡିଜେଏମଙ୍କ ନିକଟରେ ଜାମିନ ଦରଖାସ୍ତ ନାମଞ୍ଜୁର ହେବା ପରେ ଜିଲା ଦୌରାଜଜ୍‌ଙ୍କ ନିକଟରେ ଜାମିନ ଆବେଦନ କରାଯାଇଥିଲା। ଜିଲା ଦୌରାଜଜ୍‌ଙ୍କ ନିକଟରେ ଜାମିନ ଆବେଦନର ଶୁଣାଣି ସମୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ବତନ୍ତ୍ର ପିପି ଜାମିନ ଦରଖାସ୍ତ ଆଗ୍ରାହ୍ୟ ପାଇଁ ଯୁକ୍ତି ଉପସ୍ଥାପନ କରିବା ସହ ଆବଶ୍ୟକ କେସ୍‌ଡାଏରୀ ଦାଖଲ କରିଥିଲେ। ସେହିପରି ଅଭିଯୁକ୍ତମାନଙ୍କ ପକ୍ଷରୁ ଆଇନଜୀବୀ ପ୍ରବୀର ରାୟ ଯୁକ୍ତି ଉପସ୍ଥାପନ କରିଥିଲେ। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜିଲା ଦୌରାଜଜ୍‌ ଅମୃତ ରଞ୍ଜନ ନନ୍ଦ ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ତେବେ ପୂର୍ବରୁ ଏହି ଅଭିଯୁକ୍ତମାନଙ୍କ ବିରୋଧରେ ଯାଜପୁରସଦର ଥାନା କେଶ ନଂ. ୩୩୪/୨୪ ଓ ୩୩୫/୨୪ ରହିଥିବାରୁ ଜାମିନ ମିଳିଥିଲେ ମଧ୍ୟ ସେମାନେ ଜେଲରେ ରହିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଚାଲିଥିବାବେଳେ ଟ୍ରାନ୍ସଜେଣ୍ଡରଙ୍କ ସନ୍ଦେହଜନକ ମୃତ୍ୟୁ: ତଦନ୍ତ ଆରମ୍ଭ

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମର କୁଲୁ ବିଷୋୟୀଙ୍କ ଘରୁ ଶନିବାର ସକାଳେ ସନ୍ଦେହଜନକ ଅବସ୍ଥାରେ ଜଣେ ଟ୍ରାନ୍ସଜେଣ୍ଡରଙ୍କ ମୃତଦେହ...

ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଝାରସୁଗୁଡ଼ା,୧୨ା୪: ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ହୋଇଛି। ଏହି ଦୁଇ ଅଭିଯୁକ୍ତ ହେଲେ ଶେଖ୍‌ ଆସିଫ୍‌ ଏବଂ ଅଭିଷେକ ବାରିକ୍‌। ଉଭୟଙ୍କୁ ବେଲପାହାଡ଼- ଝାରସୁଗୁଡ଼ା ରାସ୍ତାରେ...

ରାସ୍ତାକଡ଼ ପାଉଁଶ ଗୁଣ୍ଡ ନେଲା ଶିଶୁର ଜୀବନ: ଖସିଯିବାକୁ ରାଇସ ମିଲ ମାଲିକଙ୍କ ଉଦ୍ୟମ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତାପାଶର୍‌ବରେ ପଡିଥିବା ରାଇସ ମିଲରୁ ନିଷ୍କାସିତ...

ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି

ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...

୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍‌ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଠପ୍‌ ହୋଇଯାଇଛି।...

୨୧ରେ ଭାରତ ଆସିପାରନ୍ତି ଜେ.ଡି. ଭାନ୍ସ

ନୂଆଦିଲ୍ଲୀ,୧୨।୪:ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍‌ ଓ୍ବାଲ୍ଟଜ୍‌ ଆସନ୍ତା ୨୧ରୁ ୨୪ ମଧ୍ୟରେ ଭାରତ ଆସିପାରନ୍ତି। ଭାନ୍ସଙ୍କ ସହ ତାଙ୍କ...

ମୋବାଇଲ ଦୋକାନରୁ ଚୋରି ଘଟଣା: ୩୦ ମୋବାଇଲ ସମେତ ୭୧୦୦ ଟଙ୍କା ଜବତ

ଭବାନୀପାଟଣା,୧୨ା୪: କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଶୁକ୍ରବାର ବିଭିନ୍ନ କମ୍ପାନୀର ୩୦ଟି ଚୋରି ମୋବାଇଲ ସମେତ ନଗଦ ୭୧ଶହ ଟଙ୍କା ଜବତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image