ଆବୁଜା,୨୫।୯: ନାଇଜେରିଆରେ ଗୁଳି ଚାଳନା ଓ ଅପହରଣ ମାମଲା ସାମ୍ନାକୁ ଆସିଛି। କିଛି ଅଜଣା ବନ୍ଧୁକଧାରୀ ୧୪ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହା ସହିତ ଉତ୍ତର-ପଶ୍ଚିମ ଜାମଫାରା ରାଜ୍ୟରେ ୬୦ ଜଣଙ୍କୁ ଅପହରଣ କରାଯାଇଛି। ନ୍ୟୁଜ ଏଜେନ୍ସି ରଏଟର୍ସ ଏହି ସୂଚନା ଦେଇଛି।
ତିନି ଗୋଷ୍ଠୀର ବନ୍ଧୁକଧାରୀମାନେ ସାମରିକ ବେସ ଏବଂ ମାଗାମି ଏବଂ କବାସା ସମ୍ପ୍ରଦାୟ ଉପରେ ଆକ୍ରମଣ କରି ଜଣ ଲୋକଙ୍କୁ ଅପହରଣ କରିନେଇଛନ୍ତି।
ଜାମଫାରାର ଗ୍ରାମୀଣ ମାଗାମି ସମ୍ପ୍ରଦାୟର ବନ୍ଧୁକଧାରୀମାନେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କୁ ଘଉଡାଇ ଦିଆଯାଇଥିଲା। ସୂଚନାଯୋଗ୍ୟ ନାଇଜେରିଆର ସଶସ୍ତ୍ର ଗ୍ୟାଙ୍ଗ ସାଧାରଣ ଲୋକଙ୍କୁ ଅପହରଣ କରି ମୁକ୍ତି ପାଇଁ ଅର୍ଥ ଦାବି କରିଥାନ୍ତି।