Posted inଜାତୀୟ

୧୪ ଟିଭି ଉପସ୍ଥାପକଙ୍କୁ ‘ଇଣ୍ଡିଆ’ର ବର୍ଜନ

ନୂଆଦିଲ୍ଲୀ,୧୫ା୯:ବିରୋଧୀ ବ୍ଲକ୍‌ ଇଣ୍ଡିଆ ପକ୍ଷରୁ ଗୁରୁବାର ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ଭାରତ୨୪ ଭାଇସ୍‌ ପ୍ରେସିଡେଣ୍ଟ ଲୁବିକା ଲିଆକତ୍‌, ଇଣ୍ଡିଆ ଟୁଡେ-ଆଜତକ୍‌ର ସୁଧୀର ଚୌଧରୀ ଏବଂ ଟାଇମ୍ସ ନାଓର ନବିକା କୁମାରଙ୍କ ସମେତ ୧୪ ଟିଭି ଉପସ୍ଥାପକଙ୍କୁ ବର୍ଜନ ଘୋଷଣା କରାଯାଇଛି। ଏମାନଙ୍କ ଦ୍ୱାରା ପରିଚାଳିତ ବିତର୍କ କାର୍ଯ୍ୟକ୍ରମକୁ ନିଜ ନେତା/ପ୍ରତିନିଧିମାନଙ୍କୁ ନ ପଠାଇବା ପାଇଁ ବିରୋଧୀ ମେଣ୍ଟର ମିଡିଆ କମିଟି ନିଷ୍ପତ୍ତି ନେଇଛି। କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି, କେତେକ ଚ୍ୟାନେଲ ୯ ବର୍ଷ ଧରି ‘ଘୃଣାର ବଜାର’ ଖୋଲିଛନ୍ତି। ସମାଜକୁ ନଷ୍ଟ କରୁଥିବା ସେମାନଙ୍କ ଘୃଣା ସମ୍ବଳିତ ବ୍ୟାଖ୍ୟାନକୁ ବୈଧ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ଜନ ତାଲିକାରେ ଥିବା ଅନ୍ୟ ଆଙ୍କରମାନେ ହେଲେ ଆଜତକ୍‌ର ଚିତ୍ରା ତ୍ରିପାଠୀ, ଗୌରବ ସାଓ୍ବନ୍ତ, ଶିବ ଅରୁର, ସିଏନ୍‌ଏନ୍‌-ନ୍ୟୁଜ୍‌୧୮ର ଅମନ ଚୋପ୍ରା, ଅମୀଷ ଦେବଗନ, ଆନନ୍ଦ ନରସିଂହନ୍‌, ଡିଡି ନ୍ୟୁଜ୍‌ର ଅଶୋକ ଶ୍ରୀବାସ୍ତବ, ଭାରତ ଏକ୍ସପ୍ରେସ୍‌ର ଅଦିତି ତ୍ୟାଗୀ, ଇଣ୍ଡିଆ ଟିଭିର ପ୍ରାଚୀ ପରାଶର ଏବଂ ଟାଇମ୍ସ ନାଓର ସୁଶାନ୍ତ ସିହ୍ନା।

 


Enter your email to get our daily news in your inbox.

All Right Reserved By Dharitri.Com

10 ବର୍ଷ ପରେ ବଦଳିଲା ଭାଗ୍ୟ: ଦିନେ ମାର୍ଶାଲ ଲଗାଇ ବାହାର କରିଦେଇଥିଲେ, ଏବେ ତାଙ୍କ ଇସାରାରେ ଚାଲିବ ବିଧାନସଭା

ନୂଆଦିଲ୍ଲୀ,୨୦।୨: ଦଶ ବର୍ଷ ପୂର୍ବେ ଭାଜପାର ବିଜେନ୍ଦର ଗୁପ୍ତାଙ୍କୁ ଦିଲ୍ଲୀ ବିଧାନସଭାରୁ ବାହାର କରିଦିଆଯାଇଥିଲା (ବାସ୍ତବରେ ଫିଙ୍ଗି ଦିଆଯାଇଥିଲା)। ଦଳର ଜଣେ ସହଯୋଗୀ ଓପି ଶର୍ମାଙ୍କ...

Delhi government: ରେଖାଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ AAP ର ex ଫାୟାରବ୍ରାଣ୍ଡ ନେତା, ଜାଣନ୍ତୁ କିଏ

ନୂଆଦିଲ୍ଲୀ,୨୦।୨: ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କସହ ୬ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଦାୟିତ୍ୱ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ...

ଶପଥ ଗ୍ରହଣ ପାଇଁ କାହିଁକି ଗେରୁଆ ଶାଢି ବାଛିଲେ ରେଖା? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୨: ଭାଜପା ବିଧାୟକ ଦଳର ବୈଠକ ପରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ରେଖା ଗୁପ୍ତା ୨୦ ଫେବୃଆରୀ ଦିନ ୧୨ଟାରେ ଦିଲ୍ଲୀର ରାମଲିଲି...

୧୧୯ଟି ଆପ୍ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଲେ ଭାରତ ସରକାର, ପ୍ରଭାବିତ ହେବେ ଏହି ଦେଶ

ନୂଆଦିଲ୍ଲୀ,୨୦।୨: ସରକାର ଏବଂ ଅନ୍ୟାନ୍ୟ ସଂସ୍ଥା ଦ୍ୱାରା ବିଭିନ୍ନ କଣ୍ଟେଣ୍ଟ ଅପସାରଣ ଅନୁରୋଧଗୁଡ଼ିକୁ ଟ୍ରାକ୍ କରୁଥିବା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସାଇଟ୍ ଲୁମେନ୍ ଡାଟାବେସ୍‌ରେ...

Delhi CM: ରେଖାଙ୍କୁ ‘Z’ ସୁରକ୍ଷା, ଜାଣନ୍ତୁ ଏହି ଶ୍ରେଣୀରେ ମିଳେ କି ସୁରକ୍ଷା, ଏଥିପାଇଁ ଦେବାକୁ ପଡେ ଏତେ ଟଙ୍କା…

ନୂଆଦିଲ୍ଲୀ,୨୦।୨: ଶାଲିମାରର ବିଧାୟକ ରେଖା ଗୁପ୍ତା Delhi CM ହୋଇଛନ୍ତି। ଗୁରୁବାର ଦିଲ୍ଲୀର ରାମଲୀଳା ମଇଦାନରେ ସେ ଶପଥ ଗ୍ରହଣ କରୁଛନ୍ତି। ଶପଥ ଗ୍ରହଣ ପରେ...

Delhi CM: ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ନୂଆ ତଥା ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ରେଖା ଗୁପ୍ତା ଗୁରୁବାର ଶପଥ ଗ୍ରହଣ କରିଛନ୍ତି। ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସାକ୍ସେନା...

ଶପଥ ପୂର୍ବରୁ ବଡ଼ ଘୋଷଣା କଲେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ, ମହିଳାଙ୍କ ଖାତାକୁ ଯିବ ୨୫୦୦ଟଙ୍କା

ନୂଆଦିଲ୍ଲୀ,୨୦।୨: ୧୬ ଦିନ ପରେ ୮ ମାର୍ଚ୍ଚରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ, କିନ୍ତୁ ଏଥର ମହିଳା ଦିବସ ଦିଲ୍ଲୀର ମହିଳାମାନଙ୍କ ପାଇଁ ସୱତନ୍ତ୍ର...

କୋଟି କୋଟି ଟଙ୍କାର Foreign Currency ନେଇ ଶ୍ରୀଲଙ୍କା ଯାଉଥିବା ବ୍ୟକ୍ତିଙ୍କୁ ଧରିଲା ଇଡି

ବେଙ୍ଗାଲୁରୁ,୨୦।୨: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବେଙ୍ଗାଲୁରୁ ବିମାନବନ୍ଦରରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଶ୍ରୀଲଙ୍କା ନାଗରିକ ବିମଲରାଜ ଥୁରାଇସିଂମଙ୍କଠାରୁ ୨.୧୨କୋଟି ଟଙ୍କାର ବିଦେଶୀ ମୁଦ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image