Categories: ଜାତୀୟ

୧୪ ଟିଭି ଉପସ୍ଥାପକଙ୍କୁ ‘ଇଣ୍ଡିଆ’ର ବର୍ଜନ

ନୂଆଦିଲ୍ଲୀ,୧୫ା୯:ବିରୋଧୀ ବ୍ଲକ୍‌ ଇଣ୍ଡିଆ ପକ୍ଷରୁ ଗୁରୁବାର ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ, ଭାରତ୨୪ ଭାଇସ୍‌ ପ୍ରେସିଡେଣ୍ଟ ଲୁବିକା ଲିଆକତ୍‌, ଇଣ୍ଡିଆ ଟୁଡେ-ଆଜତକ୍‌ର ସୁଧୀର ଚୌଧରୀ ଏବଂ ଟାଇମ୍ସ ନାଓର ନବିକା କୁମାରଙ୍କ ସମେତ ୧୪ ଟିଭି ଉପସ୍ଥାପକଙ୍କୁ ବର୍ଜନ ଘୋଷଣା କରାଯାଇଛି। ଏମାନଙ୍କ ଦ୍ୱାରା ପରିଚାଳିତ ବିତର୍କ କାର୍ଯ୍ୟକ୍ରମକୁ ନିଜ ନେତା/ପ୍ରତିନିଧିମାନଙ୍କୁ ନ ପଠାଇବା ପାଇଁ ବିରୋଧୀ ମେଣ୍ଟର ମିଡିଆ କମିଟି ନିଷ୍ପତ୍ତି ନେଇଛି। କଂଗ୍ରେସ ମୁଖପାତ୍ର ପବନ ଖେରା କହିଛନ୍ତି, କେତେକ ଚ୍ୟାନେଲ ୯ ବର୍ଷ ଧରି ‘ଘୃଣାର ବଜାର’ ଖୋଲିଛନ୍ତି। ସମାଜକୁ ନଷ୍ଟ କରୁଥିବା ସେମାନଙ୍କ ଘୃଣା ସମ୍ବଳିତ ବ୍ୟାଖ୍ୟାନକୁ ବୈଧ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବର୍ଜନ ତାଲିକାରେ ଥିବା ଅନ୍ୟ ଆଙ୍କରମାନେ ହେଲେ ଆଜତକ୍‌ର ଚିତ୍ରା ତ୍ରିପାଠୀ, ଗୌରବ ସାଓ୍ବନ୍ତ, ଶିବ ଅରୁର, ସିଏନ୍‌ଏନ୍‌-ନ୍ୟୁଜ୍‌୧୮ର ଅମନ ଚୋପ୍ରା, ଅମୀଷ ଦେବଗନ, ଆନନ୍ଦ ନରସିଂହନ୍‌, ଡିଡି ନ୍ୟୁଜ୍‌ର ଅଶୋକ ଶ୍ରୀବାସ୍ତବ, ଭାରତ ଏକ୍ସପ୍ରେସ୍‌ର ଅଦିତି ତ୍ୟାଗୀ, ଇଣ୍ଡିଆ ଟିଭିର ପ୍ରାଚୀ ପରାଶର ଏବଂ ଟାଇମ୍ସ ନାଓର ସୁଶାନ୍ତ ସିହ୍ନା।

 

Share