ତେଲଙ୍ଗାନା ଇଟାଭାଟିରେ ୧୪ ଦାଦନ ଶ୍ରମିକ ନିର୍ଯାତିତ

ନୂଆପଡା ଅଫିସ,୫ା୪: ନୂଆପଡା ଜିଲା କୋମନା ବ୍ଲକ ଅଧୀନ ଦୁଇଟି ଗାଁର ୧୪ ଜଣ ଦାଦନ ଶ୍ରମିକ ତେଲଙ୍ଗାନା ରାଜ୍ୟକୁ ଇଟା ତିଆରି କରିବା ପାଇଁ ଯାଇ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନଙ୍କ ପରିବାରର ୫ ଜଣ ଶିଶୁ ମଧ୍ୟ ସେଠାରେ ରହି ନିର୍ଯାତିତ ହେଉଛନ୍ତି। ଗ୍ରାମବାସୀ ଓ ପରିବାର ଲୋକେ ସୋମବାର ନୂଆପଡା ଜିଲାପାଳ ହେମକାନ୍ତ ସାଏଙ୍କୁ ସାକ୍ଷାତ କରି ନର୍ଯାତିତ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଗୁହାରି କରିଛନ୍ତି।
ପ୍ରକାଶ ଯେ, ଗତ ଜାନୁୟାରୀ ମାସରେ ପୋଏଁର ଗାଁର ୩ ପରିବାରର ୧୪ ଜଣ ଓ ସମରସିଂ ଗ୍ରାମର ଗୋଟିଏ ପରିବାରର ୫ ଜଣ ସଦସ୍ୟ କାମଧନ୍ଦା ଅଭାବରୁ ତେଲଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଛନ୍ତି। ଏହି ଶ୍ରମିକମାନେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଗାଁର ଜଣେ ଦାଦନ ସର୍ଦ୍ଦାରଙ୍କ ଜରିଆରେ ତେଲଙ୍ଗାନାର ମେହେବୁବ ନଗର ଜିଲା ଫାରୁକ ନଗର ବ୍ଲକ କିଷନନଗର ଗଁ।ର ଏକ ଇଟାଭାଟିରେ ନିୟୋଜିତ ଅଛନ୍ତି। ତେବେ କିଛି ଦିନ କାମ କଲା ପରେ ଇଟାଭାଟିରେ ଶ୍ରମିକମାନଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଛି। ଦିନକୁ ୧୨ରୁ ୧୫ ଘଣ୍ଟା କାମରେ ନିୟୋଜିତ କରାଯାଉଛି। ଖାଇବା ଖର୍ଚ୍ଚ ପୁରା ନ ଦେଇ ଅଧା ଦିଆଯାଉଛି। ଶ୍ରମିକମାନଙ୍କ ମୋବାଇଲ ଫୋନ ଛଡାଇ ନିଆଯାଇଛି। କାମ ନ କଲେ ମାରପିଟ କରାଯାଉଛି। ଏ ନେଇ କାହାକୁ ଜଣାଇଲେ ଜୀବନରେ ମାରି ଦେବା ପାଇଁ ଧମକ ମିଳୁଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। କୋମନା ଥାନା ପୋଏଁର ଗଁାର ଧର୍ମୁ ଦୀପ (୫୧)ଙ୍କ ସମେତ ପରିବାରର ସ୍ତ୍ରୀ ସୁମିତ୍ରା ଦୀପ (୪୫), ପୁଅ ଇନ୍ଦୁସର (୨୩), ପୀତାମ୍ବର (୨୦), ଯୁଗେଶ୍ୱର (୧୮), ରମେଶ (୧୫) , ତ୍ରିନାଥ ବାଗ (୩୮)ଙ୍କ ସହ ତାଙ୍କ ସ୍ତ୍ରୀ ରୁଦନା ବାଗ (୩୨) ଓ ୫ ବର୍ଷର ଝିଅ ନନ୍ଦିନୀ, ଛନ ଦୀପ (୬୦)ଙ୍କ ସହ ତାଙ୍କ ସ୍ତ୍ରୀ କମଲା (୫୫), ପୁଅ ମନୋଜ (୩୨), ବୋହୁ ସସ୍ମିତା (୨୮) ଓ ୪ ବର୍ଷର ଶିଶୁ ପ୍ରିନ୍ସ ଏବଂ ସମରସିଂ ଗାଁର ବଷ୍ଣ୍ନୁ ପେନକା (୩୫), ସ୍ତ୍ରୀ ବୈକାନ୍ତି ପେନକା (୩୦) ସହ ଛୋଟ ଛୋଟ ୩ ପୁଅ ତେଲେଙ୍ଗାନାରେ ଅଟକ ରହି ନିର୍ଯାତନାର ଶିକାର ହେଉଛନ୍ତି। ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୋମାନଙ୍କୁ ଶୀଘ୍ର ଉଦ୍ଧାର କରିବା ପାଇଁ ଘାସିରାମ ସୁନାନୀ, ଯାଦବ ଦୀପ, ମହେନ୍ଦ୍ର ପଟେଲ, ଶଙ୍କର ଦୀପ, ଛବି ବାଗ ପ୍ରମୁଖ ଦାବି କରିଛନ୍ତ। ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲାପାଳ ସାଏ ଜିଲା ଶ୍ରମ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆଙ୍କୁ ପଚାରିବାରେ ଏ ନେଇ ଅଭିଯୋଗ ଆସିଛି। ୨ – ୩ ଦିନ ଭିତରେ ସେମାନଙ୍କୁ ଉଦ୍ଧାର କରାଯାଇ ଗାଁରେ ଛାଡିବାର ବ୍ୟବସ୍ଥା କରାଯିବ। ଏହାଛଡା ସେମାନଙ୍କୁ ନେଇ ଯାଇଥିବା ଦାଦନ ସର୍ଦ୍ଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri