୧,୪୧,୮୯୯ ମାମଲା ଫଇସଲା

କଟକ ଅଫିସ,୧୪।୧୧: ରାଜ୍ୟର ୩୦ଟି ଜିଲାସ୍ତରରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ଓ ବ୍ଲକ ସ୍ତରରେ ମୋଟ ୨,୯୦,୧୭୩ଟି ମାମଲା ବିଚାର ପାଇଁ ରଖାଯାଇଥିଲା। ସେଥିମଧ୍ୟରେ ପ୍ରି-ଲିଟିଗେସନ ମାମଲା ୮୪,୫୩୧ ଓ ବିଚାର ନ ହୋଇ ପଡ଼ିରହିଥିବା ମାମଲା ୨,୦୫,୬୪୨ ରହିଛି। ମୋଟ ୧,୪୧,୮୯୯ ମାମଲା ଫଇସଲା କରାଯାଇ ୧୨୦ କୋଟି ୫୭ ଲକ୍ଷ ୬୮ ହଜାର ୫୮୧ ଟଙ୍କା ଆଦାୟ ହୋଇଥିଲା। ବିଚାର ନ ହୋଇ ପଡ଼ିରହିଥିବା ମାମଲା ୧,୩୭,୪୧୬ ଓ ପ୍ରି-ଲିଟିଗେସନ ମାମଲା ୪୪୮୩ଟି ଫଇସଲା ହୋଇଥିଲା। ଆପରାଧିକ ସମ୍ପର୍କିତ ୨୧୫, ଚେକ୍‌ ବାଉନ୍ସ ୧୩୧୮, ବ୍ୟାଙ୍କ ଲୋନ୍‌ ୫୪୨, ଏମ୍‌ଏସିଟି ୯୭୩, ବୈବାହିକ ୭୦୮, ଜମିଜମା ସମ୍ପର୍କିତ ୩୬, ବିଦ୍ୟୁତ୍‌ ଓ ଜଳ ୧୦, ଶ୍ରମ ଓ ନିୟୋଜନ ୯୭, ରାଜସ୍ବ ୧,୨୧,୫୫୮, ଅନ୍ୟାନ୍ୟ ସିଭିଲ ୧୭୦୧, ଅନ୍ୟାନ୍ୟ ଫୌଜଦାରି ୧୦,୦୫୬, ଖାଉଟି ୨୦୨ଟି ମାମଲା ଫଇସଲା ହୋଇଛି। ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ପାଟ୍ରନ ଇନ୍‌ ଚିଫ୍‌ ତଥା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରଙ୍କ ମାର୍ଗଦର୍ଶନ ଓ ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ବିଚାରପତି ଯଶୱନ୍ତ ସିଂହଙ୍କ ତତ୍ତ୍ବାବଧାନରେ ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳିତ ହୋଇଥିଲା।

Share