Categories: ବାଣିଜ୍ୟ

ସବ୍‌ସ୍କ୍ରିପଶନ ପ୍ୟାକ୍‌ରେ ୧୪୩%ର ଅଭିବୃଦ୍ଧି

ଭୁବନେଶ୍ୱର,୨୧।୭:ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଓଡ଼ିଶାରୁ ବିଦେଶକୁ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ଏୟାରଟେଲ ସବ୍‌ସ୍କ୍ରିପଶନ ପ୍ୟାକ୍‌ରେ ୧୪୩%ର ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। କନେକ୍ଟେଡ୍‌ ରହିବାକୁ ସହଜ, ଅନ୍ତର୍ନିହିତକାରୀ ଓ ସୁବିଧାଜନକ କରିବା ପାଇଁ ଏୟାରଟେଲ୍‌ ତା’ର ଇଣ୍ଟରନ୍ୟାଶନାଲ ରୋମିଂ ପ୍ଲାନ୍‌କୁ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରିଛି। ଏହା ଉଭୟ ପ୍ରିପେଡ୍‌ ଓ ପୋଷ୍ଟପେଡ୍‌ ସେଗ୍‌ମେଣ୍ଟରେ ଉପଲବ୍ଧ। ସେହିଭଳି ପ୍ୟାକ୍‌ ସବ୍‌ସ୍କ୍ରିପଶନ କ୍ଷେତ୍ରରେ କମ୍ପାନୀ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅଭିବୃଦ୍ଧି ଆଣିଛି। ଏ ସମ୍ପର୍କରେ ଭାରତୀ ଏୟାରଟେଲ୍‌ ଓଡ଼ିଶା ସିଓଓ ଆଶିଷ ଖୁରାନା କହିଛନ୍ତି, ଆମେ ଆମର ଗ୍ରାହକଙ୍କ ଅନୁଭୂତିକୁ ଉନ୍ନତ କରିବା ପାଇଁ ନିରନ୍ତର ପ୍ରୟାସ କରୁଛୁ। ଆମର ନୂଆ ଅନ୍ତର୍ଜାତୀୟ ରୋମିଂ ପ୍ଲାନ୍‌ଗୁଡିକ ପୁଣିଥରେ ଗ୍ରାହକଙ୍କୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱ ଦେଉଛି। ବିଦେଶକୁ ଭ୍ରମଣ କରିବା ସମୟରେ ନିର୍ଭରଯୋଗ୍ୟ ସଂଯୋଗ ବର୍ତ୍ତମାନ ସମୟର ଏକ ନିଶ୍ଚିତ ଆବଶ୍ୟକତାରେ ପରିଣତ ହୋଇଛି। ଆମର ଅଗ୍ରଣୀ ରୋମିଂ ପ୍ଲାନ୍‌ଗୁଡିକ ଖୁବ୍‌ ସୁଲଭ ଏବଂ ଆମର ଗ୍ରାହକମାନେ ଯେପରି ନିଜର ସିମ୍‌ କାର୍ଡ କିମ୍ବା ନମ୍ବର ପରିବର୍ତ୍ତନ କରିବାର ସମସ୍ୟା ବିନା ସବୁ ସ୍ଥାନରେ ସବୁ ସମୟରେ କନେକ୍ଟେଡ୍‌ ରହିପାରିବେ ଏହା ତାହା ସୁନିଶ୍ଚିତ କରୁଛି। ଏୟାରଟେଲ୍‌ର ଅନ୍ତର୍ଜାତୀୟ ରୋମିଂ ପ୍ଲାନ୍‌ ବାଧାମୁକ୍ତ ସଂଯୋଗ (ନମ୍ବର ପରିବର୍ତ୍ତନର ଆବଶ୍ୟକତା ନାହିଁ) ସର୍ବୋତ୍ତମ ଉପଲବ୍ଧ ନେଟ୍‌ୱର୍କ, ନମନୀୟ ଅବଧି ବିକଳ୍ପ, ଅସୀମିତ ଜରୁରିକାଳୀନ ସଂଯୋଗ, ଏୟାରଟେଲ୍‌ ଥ୍ୟାଙ୍କସ୍‌ ଆପ୍‌ ମାଧ୍ୟମରେ ନିୟନ୍ତ୍ରଣ ଏବଂ ଅନ୍‌ କଲ୍‌ ଓ ହ୍ବାଟ୍‌ସଆପରେ ଉପଲବ୍ଧ ଏକ ସମର୍ପିତ ଟୋଲ୍‌-ଫ୍ରି ନମ୍ବର ୯୯୧୦୦-୯୯୧୦୦ ସମେତ ସ୍ଥାନୀୟ ସିମ୍‌କାର୍ଡଗୁଡିକ ଉପରେ ଅନେକ ସୁବିଧା ପ୍ରଦାନ କରୁଛି।

Share