ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ଜଣ ପିଲା ଅଛନ୍ତି। ସେହିପରି କ୍ୱାରାଣ୍ଟାଇନ୍‌ରୁ ୮୬ ଥିବା ବେଳେ ଲୋକାଲ କେସ ୫୭ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୮ ଥିବା ବେଳେ ଅନୁଗୋଳରୁ ୮, ବାଲେଶ୍ୱରରୁ ୧୧, ବରଗଡ଼ରୁ ୧, ଭଦ୍ରକରୁ ୨, ବଲାଙ୍ଗୀରରୁ ୧, ବୌଦ୍ଧରରୁ ୩, କଟକରୁ ୮, ଗଜପତିରୁ ୨୦, ଗଞ୍ଜାମରୁ ୨, ଜଗତସିଂହପୁରରୁ ୧, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୧୦, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୩, କୋରାପୁଟରୁ ୬, ମୟୂରଭଞ୍ଜରୁ ୭, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨, ପୁରୀରୁ ୨, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୧, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୯ ଏବଂ ଷ୍ଟେଟ ପୁଲ୍‌ରୁ ୨ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share