ଅଗଷ୍ଟ ଆରମ୍ଭରୁ ଡରାଇଲାଣି କରୋନା: ଆଜି ୨୯ ଜିଲାରୁ ଚିହ୍ନଟ ହେଲେ ୧୪୩୪ ଆକ୍ରାନ୍ତ; ମୋଟ ସଂଖ୍ୟା ୩୪ ହଜାର ଟପିଲା

ଭୁବନେଶ୍ୱର,୨।୮(ବ୍ୟୁରୋ): ରାଜ୍ୟରେ ରବିବାର ୧୪୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮୮୯ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୫୪୫ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୯୧୩କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରୁ ୨୧୮, କଟକରୁ ୧୨୩, ରାୟଗଡ଼ାରୁ ୧୯୭, ଅନୁଗୋଳରୁ ୯, ବାଲେଶ୍ୱର ୧୨, ବରଗଡ଼ରୁ ୫, ଭଦ୍ରକରୁ ୨୫, ବୌଦ୍ଧରୁ ୫, ଦେବଗଡ଼ରୁ ୨, ଢ଼େଙ୍କାନାଳରୁ ୧୩, ଗଜପତିରୁ ୯୧, ଜଗତସିଂହପୁରରୁ ୧୩, ଯାଜପୁରରୁ ୫୭, ଝାରସୁଗୁଡ଼ାରୁ ୬, କଳାହାଣ୍ଡିରୁ ୧୮, କନ୍ଧମାଳରୁ ୪୪, କେନ୍ଦ୍ରାପଡ଼ାରୁ ୨୨, କେନ୍ଦୁଝରରୁ ୨, କୋରାପୁଟରୁ ୧୨, ମାଲକାନଗିରିରୁ ୨୪, ମୟୂରଭଞ୍ଜରୁ ୧, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୮, ନୂଆପଡ଼ାରୁ ୭, ପୁରୀରୁ ୬୫, ସମ୍ପଲପୁରରୁ ୫୧, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୭୬ଜଣ ରହିଛନ୍ତି। ୩୪,୯୧୩ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୨୧,୨୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩,୪୦୪ ଆକ୍ଟିଭ୍‌ କେସ୍‌ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share