ଧବଳେଶ୍ୱର ପୀଠରେ ୧୪୪ ଲାଗୁ

କଟକ ଅଫିସ,୧।୩: ମଙ୍ଗଳବାର ମହାଶିବରାତ୍ରୀ ଅବସରରେ ସମସ୍ତ ଶୈବପୀଠରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ କୋଭିଡ୍‌ କଟକଣା ଜାରି କରାଯାଇଛି।

ଏଭଳି ସ୍ଥିତିରେ କଟକ ଜିଲା ଆଠଗଡ଼ ସ୍ଥିତ ଧବଳେଶ୍ୱର ପୀଠରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। ଏହି କଟକଣା ମଙ୍ଗଳବାର ସକାଳ ୫ଟାରୁ ଆରମ୍ଭ ହୋଇ ୨ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଜାରି ରହିବ। ଭୋରରୁ ସମସ୍ତ ନୀତିକାନ୍ତି କରାଯିବା ସହ ପ୍ରଥମ ପ୍ରହରରେ ବାବାଙ୍କ ସ୍ବତନ୍ତ୍ର ବେଶ ଅନୁଷ୍ଠିତ ହେବ। ମଧ୍ୟ ରାତିରେ ବାବା ଧବଳେଶ୍ୱରଙ୍କଠାରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି କରାଯିବ। ପରେ ମହାଦୀପ ଉଠିବ।

Share