Categories: ଜାତୀୟ

ଗୋଆ ବିମାନବନ୍ଦରରେ ୧୪୪ ଧାରା

ପଣଜୀ,୪ା୫ : ବିମାନବନ୍ଦର ପ୍ରକଳ୍ପ ଲାଗି ଜମି ହରାଇଥିବା ଲୋକେ ରାସ୍ତା ଅବରୋଧ କରିବାକୁ ଆହ୍ବାନ ଦେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ଉତ୍ତର ଗୋଆ ଜିଲା ପ୍ରଶାସନ ମନୋହର ଅନ୍ତର୍ଜାତୀୟ ବିମାନବନ୍ଦର ଓ ଏହାର ଆଖପାଖ ଗାଁରେ ଦୁଇମାସ ପାଇଁ ୧୪୪ ଧାରା ଜାରି କରିଛି। ବେଆଇନ ସମାବେଶ ରୋକିବା ଲାଗି ଏଭଳି କଟକଣା ଲାଗୁ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ଡିସେମ୍ବରରେ ଉକ୍ତ ବିମାନବନ୍ଦର ଉଦ୍‌ଘାଟନ କରିଥିଲେ। ତେବେ ଜମି ହରାଇଥିବା ଲୋକେ ସେମାନଙ୍କ ଦାବି ପୂରଣ ଲାଗି ‘ଟୁଗେଦର ଫର୍‌ ପେଡ୍‌ନେକର୍ସ’ ବ୍ୟାନରରେ ଆନ୍ଦୋଳନ ଚଳାଇଛନ୍ତି। ମୋପାରେ ଥିବା ବିମାନବନ୍ଦରକୁ ଟ୍ୟାକ୍ସି ସେବା ଲାଗି ସେମାନଙ୍କୁ ପ୍ରାଥମିକତା ଦେବା ଓ ସ୍ବତନ୍ତ୍ର କାଉଣ୍ଟର ଖୋଲିବା, ଓଲା ଏବଂ ଉବେର ଟ୍ୟାକ୍ସି ସେବାକୁ ଅନୁମତି ନ ଦେବା ପାଇଁ ସେମାନେ ଦାବି କରୁ୍‌ଛନ୍ତି। ସେମାନେ ନାଗଜାର ସ୍ପୋଟର୍‌ସ ଗ୍ରାଉଣ୍ଡରେ ଏକାଠି ହୋଇ ମନୋହର ଇଣ୍ଟରନ୍ୟାଶନାଲ ଏୟାରପୋର୍ଟକୁ ଥିବା ରାସ୍ତା ଅବରୋଧ କରିବା ସହ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି କରିବା ଆଶଙ୍କା ଥିବାରୁ ପ୍ରଶାସନ ୧୪୪ ଧାରା ଜାରି କରିଛି।

Share