ଧବଳେଶ୍ୱର ପୀଠରେ ୧୪୪ ଧାରା

ଆଠଗଡ଼,୩୧।୧୦(ଡି.ଏନ୍‌.ଏ.): ଆଠଗଡ଼ର ଧବଳେଶ୍ୱର ପୀଠରେ ସୋମବାର ୧୪୪ ଧାରା ଜାରି କରାଯାଇଛି। ଝୁଲାପୋଲର ମରାମତି ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଡଙ୍ଗା ଯୋଗେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଘାଟ ପାରି କରିବା ସମ୍ଭବ ନ ଥିବାରୁ ୧୪୪ ଧାରା ଜାରି ରହିଛି। ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହା ବଳବତ୍ତର ରହିବ। ଏନେଇ ଉପଜିଲାପାଳ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁଜରାଟ ଦୁର୍ଘଟଣା ପରେ ରାଜ୍ୟ ପ୍ରଶାସନ ଚେତିଛି। ଧବଳେଶ୍ୱର ଝୁଲାପୋଲକୁ ନେଇ ଚିନ୍ତା ଘାରିଛି। ସକାଳେ ଧବଳେଶ୍ୱର ଝୁଲାପୋଲରେ ଯାତାୟତ କରୁଥିବା ଯାତ୍ରୀଙ୍କ ସଂଖ୍ୟାକୁ ଅଧାରୁ ଅଧିକ କମାଇ ଦିଆଯାଇଥିଲା। ପୋଲର ନିରାପତ୍ତା ଯାଞ୍ଚ ପରେ ମରାମତି ପାଇଁ ନିଷ୍ପତ୍ତି ନିଆଯାଇଛି।

Share