ଇସଲାମାବାଦରେ ୧୪୪ ଧାରା ଜାରି

ଇସଲାମାବାଦ,୩ ।୪: ରବିବାର ପାକିସ୍ତାନ ଭବିଷ୍ୟତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି । ପାକିସ୍ତାନ ସଂସଦରେ ଦେଶର ବଜିର-ଏ-ଆଜମ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହେବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ନିଜ ଷ୍ଟାଣ୍ଡରେ ପରିବର୍ତ୍ତନ କରି ରବିବାର ଭୋଟିଂରେ ଭାଗନେବାକୁ ଘୋଷଣା କରିଦେଇଛି । ଇମ୍ରାନଙ୍କ ଘୋଷଣା ପରେ କେବଳ ସଂସଦ ନୁହେଁ ସଂସଦ ବାହାରେ ବି ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି ।
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ୧୪୪ ଧାରା ଜାରି କରାଯାଇଛି । ଯାହା ଆସନ୍ତା ୨ ମାସ ପର୍ଯ୍ୟନ୍ତ ଅର୍ଥାତ୍ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ କରାଯିବ । ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ଦିନ ଅର୍ଥାତ୍ ୩ ଏପ୍ରିଲରେ ମେଟ୍ରୋ ବସ ସେବା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସଂସଦ ସମେତ ପ୍ରମୁଖ ବିଲଡିଂ ଥିବା ଅଞ୍ଚଳକୁ ରେଡ ଜୋନ ଘୋଷଣା କରି ଘେରାବନ୍ଦି କରି ରଖାଯାଇଛି । ସେହି ବାଟରେ ଯାଇଥିବା ରାସ୍ତାରେ କଣ୍ଟେନର ରଖିଦିଆଯାଇଛି । ସାଧାରଣ ଜନତାଙ୍କ ପାଇଁ ଏସବୁ ରାସ୍ତାକୁ ବନ୍ଦ କରି ଦିଅ।।ଇଛି ।

Share