ଭଦ୍ରକ ଅଫିସ,୨୦।୯: ଭଦ୍ରକ ସହର ବନ୍ତ ଛକଠାରେ ମଙ୍ଗଳବାର ଉଠା ଦୋକାନ ଉଚ୍ଛେଦ ଚାଲିଛି। ତେବେ ଉଚ୍ଛେଦ ସମୟରେ ପୋଲିସ ବ୍ୟବସାୟୀଙ୍କ ମଧ୍ୟରେ ଠେଲାପେଲା ହୋଇଛି। ଏ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସିପିଆଇ ନେତା ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ନେତାଙ୍କ ସମେତ ୩ ଜଣଙ୍କୁ ପୋଲିସ ଅଟକ ରଖିଛି । ଶାନ୍ତି ଶୃଙ୍ଖଳାକୁ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ୧୨ଟା ଠାରୁ ବୁଧବାର ସକାଳ ୮ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।