Advertisement

୧୧ ମାସରେ ୧୪୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି…

ଶ୍ରୀନଗର,୨୫।୧୧: ଜମ୍ମୁ-କଶ୍ମୀରର ଏଲ୍‌ଓସିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ସ୍ବାକ୍ଷରିତ ହୋଇଛି। ତଥାପି, ସୀମା ପାର୍‌ ଆତଙ୍କବାଦୀଙ୍କ ଅନୁପ୍ରବେଶ ଜାରି ରହିଛି। ଚଳିତ ବର୍ଷ ବିଭିନ୍ନ ଏନକାଉଣ୍ଟରରେ ଭାରତୀୟ ଯବାନଙ୍କ ଏନ୍‌କାଉଣ୍ଟରରେ ୧୪୪ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କଶ୍ମୀର ଆଇଜିପି ବିଜୟ କୁମାର ଏସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ଏନକାଉଣ୍ଟରରେ ୨୦୭ ଆତଙ୍କବାଦୀ ନିହତ ହୋଇଥିଲେ।

ବୁଧବାର ଜାମ୍ମୁ କାଶ୍ମୀରର ଶ୍ରୀନଗରରେ ସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ’ରେଜିଷ୍ଟାନ୍ସ ଫ୍ରଣ୍ଟ’ର ଜଣେ ବରିଷ୍ଠ କମାଣ୍ଡରଙ୍କ ସମେତ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରାମବାଗ ଅଞ୍ଚଳରେ ଏକ ଏନକାଉଣ୍ଟରରେ ତିନିଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଟୁଇଟ୍‌ କରି ସୂଚନା ପ୍ରଦାନ କରାଯାଇଛି। ନିହତ ଆତଙ୍କବାଦୀଙ୍କ ପରିଚୟ ଏବଂ ସେମାନେ ସମ୍ପୃକ୍ତ ଥିବା ସଂଗଠନ ନେଇ ତନ୍ତତ ଜାରି ରହିଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଟିଆରଏଫ କମାଣ୍ଡର ମେହେରାନ ୟାସିନ ଶାଲା ବୋଲି ଜଣାପଡିଛି।

ସିଆର୍‌ପିଏଫ୍‌ ଅଧିକାରୀଙ୍କ ଅନୁସାରେ ଚଳିତ ବର୍ଷ ଆତଙ୍କବାଦୀ ବିରୋଧୀ ଲଢ଼େଇରେ ୧୧ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି। ଗତ ସାତ ଦିନ ମଧ୍ୟରେ ୨୭ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି। ଏଥିମଧ୍ୟରୁ ୧୩ ଜଣ ଛତିଶଗଡରୁ, ତିନିଜଣ ବିହାରରୁ ଏବଂ ୧୧ ଜଣ ଝାଡଖଣ୍ଡରୁ ଗିରଫ ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share