ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ପିଲା ଅଛନ୍ତି। ସେହିପରି ୮୪ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୬୧ଜଣ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୫ ଥିବା ବେଳେ ଅନୁଗୋଳରୁ ୫, ବାଲେଶ୍ୱରରୁ ୧୨, ଭଦ୍ରକରୁ ୧, ବଲାଙ୍ଗୀରରୁ ୨, ବୌଦ୍ଧରରୁ ୪, କଟକରୁ ୪, ଦେବଗଡ଼ରୁ ୧, ଗଜପତିରୁ ୧୬, ଗଞ୍ଜାମରୁ ୬, ଜଗତସିଂହପୁରରୁ ୧, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୩, କୋରାପୁଟରୁ ୨, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୪, ନୂଆପଡ଼ାରୁ ୨, ସମ୍ବଲପୁରରୁ ୧୭, ସୁନ୍ଦରଗଡ଼ରୁ ୧୬ ଏବଂ ଷ୍ଟେଟ ପୁଲ୍‌ରୁ ୬ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Share