ପୁଣି ରାଜ୍ୟରେ ଚିନ୍ତା ବଢ଼ାଇଲାଣି କରୋନା: ଆଜି ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ, ଦ୍ୱିତୀୟରେ କଟକ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୧୪୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୯୬୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ ୫୯ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୩୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୫ ଏବଂ ମୟୂରଭଞ୍ଜରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୩, ବାଲେଶ୍ୱର ୪, ବରଗଡ଼ ୩, ବଲାଙ୍ଗୀର ୯, ଗଞ୍ଜାମ ୫, ଜଗତସିଂହପୁର ୩, ଯାଜପୁର ୪, ଝାରସୁଗୁଡ଼ା ୧, କଳାହାଣ୍ଡି ୨, କନ୍ଧମାଳ ୧, କେନ୍ଦ୍ରାପଡ଼ା ୧, ନବରଙ୍ଗପୁର ୧, ନୂଆପଡ଼ା ୧୨, ପୁରୀ ୨, ରାୟଗଡ଼ା ୨, ସମ୍ବଲପୁରରୁ ୧ ଏବଂ ସୁନ୍ଦରଗଡ଼ରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୮।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୯୬୩ରେ ପହଞ୍ଚିଥିବା ବେଳେ ୩,୩୬,୧୨୪ ଜଣ ସୁସ୍ଥ ହୋଇଛନ୍ତି। ୮୬୭ ଜଣ ଚିକିିତ୍ସିତ ହେଉଛନ୍ତି।

Share