୯ ଲିଜ୍‌ଧାରୀଙ୍କୁ ୧୪୭ କୋଟି ୩୭ ଲକ୍ଷ ଟଙ୍କା ଜରିମାନା

ଧର୍ମଶାଳା,୧୮ା୪(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ପକ୍ଷରୁ ୯ ଜଣ ଲିଜ୍‌ଧାରୀଙ୍କୁ ଅଧିକ କଳାପଥର ଉତ୍ତୋଳନ ପାଇଁ ୧୪୭ କୋଟି ୩୭ ଲକ୍ଷ ୧ ହଜାର ୫୦୨ଟଙ୍କା ଜରିମାନା କରାଯାଇଛି। ସୋମବାର ତହସିଲଦାରଙ୍କ ସ୍ବାକ୍ଷରରେ ଏହି ନୋଟିସ ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ, ଧର୍ମଶାଳା ତହସିଲ ଅଧୀନ ଲିଜ୍‌ଧାରୀ ଜ୍ୟୋତ୍ସ୍ନା ଜେନାଙ୍କ ଖାଦାନକୁ ୭୯କୋଟି ୪୬ ଲକ୍ଷ ୧ ହଜାର ୨୨୬ ଟଙ୍କା, ଅଜିତ ସାହୁଙ୍କ ଖାଦାନକୁ ୪ କୋଟି ୪୩ ଲକ୍ଷ ୭୨ ହଜାର ୨୭୯ଟଙ୍କା, ଗଙ୍ଗାଧର ଓଝାଙ୍କ ଖାଦାନକୁ ୧୯ କୋଟି ୧୫ ଲକ୍ଷ ୧୩ହଜାର ୪୪୬ଟଙ୍କା, ରଙ୍ଗାଧର ପ୍ରଧାନଙ୍କ ଖାଦାନକୁ ୧୬ କୋଟି ୬୮ ଲକ୍ଷ ୬୮ହଜାର ୯୬୪ ଟଙ୍କା, କୃଷ୍ଣଚନ୍ଦ୍ର ସାହୁଙ୍କ ଖାଦାନକୁ ୧୩ କୋଟି ୩୧ ଲକ୍ଷ ୩୧ହଜାର ୬୭୦, ସୁଧାଂଶୁ ଜେନାଙ୍କ ଖାଦାନକୁ ୭ କୋଟି ୫୨ ଲକ୍ଷ ୫ହଜାର ୧୪୦ଟଙ୍କା, ବିଶ୍ୱରଞ୍ଜନ ପରିଡ଼ାଙ୍କ ଖାଦାନକୁ ୯ କୋଟି ୫୫ ଲକ୍ଷ ୮୮ହଜାର ୪୪ ଟଙ୍କା, ଶ୍ରୀନିବାସ ଜେନାଙ୍କ ଗୋଟିଏ ଖାଦାନକୁ ୩ କୋଟି ୩୭ ଲକ୍ଷ ୮୦ ହଜାର ୧୩୦ ଟଙ୍କା ଓ ଅନ୍ୟ ଏକ ଖାଦାନକୁ ୫ କୋଟି ୮୬ ଲକ୍ଷ ୪୨ ହଜାର ୪୧୯ ଟଙ୍କା ଏବଂ ପ୍ରହ୍ଲାଦ ଲେଙ୍କାଙ୍କ ଖାଦାନକୁ ୪ କୋଟି ୬୮ ଲକ୍ଷ ୬୭ ହଜାର ୩୪୮ ଟଙ୍କା ଜରିମାନା ହୋଇଛି ବୋଲି ତହସିଲଦାର ସ୍ବାଗତ ଦାସ କହିଛନ୍ତି। ଉପରୋକ୍ତ ଖାଦାନଗୁଡିକରେ ଆବଶ୍ୟକତାଠାରୁ ଅଧିକ କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ପରେ ଗତ ସେପ୍ଟେମ୍ବରରେ ଡ୍ରୋନ କ୍ୟାମେରା ସହାୟତାରେ ମାପଚୁପ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ଅଧିକ କଳାପଥର ଉତ୍ତୋଳନ କରିଥିବା ଲିଜ୍‌ଧାରୀଙ୍କ ଖାଦାନକୁ ଶହେ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା କରାଯାଇଥିଲା।

Share