ନୂଆଦିଲ୍ଲୀ,୨୮ ।୧: କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱକୁ ଅସ୍ଥିର କରି ପକାଇଛି । ତେବେ ଦେଶରେ ବେଳକୁ ବେଳ ନୂଆ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରୁଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ ସପ୍ତାହକ ମଧ୍ୟରେ ୧୪୭ ଜିଲାରେ ଜଣେ ବି ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ । ଯାହା ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୧୮ ଜିଲାରେ ଗତ ୧୪ ଦିନ ମଧ୍ୟରେ ଜଣେ ବି ନୂଆ ରୋଗୀ ଚିହ୍ନଟ ହୋଇ ନାହାନ୍ତି । ସେହିପରି ଗତ ୨୧ ଦିନ ମଧ୍ୟରେ ୬ ଜିଲାରେ କେହି ନୂଆ କରୋନା ସଂକ୍ରମିତ ଦେଖାଦେଇ ନାହାନ୍ତି । ସେହିଭଳି ୨୧ ଟି ଜିଲାରେ ପ୍ରାୟ ୨୮ ଦିନ ହେବ କୌଣସି ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ନାହିଁ । ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୧୧,୬୬୬ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୪,୩୦୧ଜଣ ସୁସ୍ଥ ହୋଇଛନ୍ତି ଓ ୧୨୩ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୭,୧,୧୯୩ରେ ପହଞ୍ଚିଥିବା ବେଳେ ଏବେ ୧,୭୩,୭୪୦ଜଣଙ୍କର ଚିକିତ୍ସା ଚାଲିଛି ।