Posted inଖେଳ

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ ସେ ନିଜ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ସ୍କୋର କରି ଏପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି। ସେ ବ୍ୟାଟିଂରେ ନୁହେଁ ବରଂ ଅଲରାଉଣ୍ଡର ଭାବରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ୬ ଶତକ ବ୍ୟତୀତ ଅଶ୍ୱିନ ମଧ୍ୟ ତାଙ୍କ କ୍ୟାରିୟରରେ ୧୬ଟି ଅର୍ଦ୍ଧଶତକ ସ୍କୋର କରିଛନ୍ତି।
ଟେଷ୍ଟ କ୍ରିକେଟରେ ବ୍ୟାଟ୍ସମ୍ୟାନ ଭାବରେ ୨୦ ଥର ୫୦ କିମ୍ବା ଅଧିକ ସ୍କୋର କରିଥିବା ତଥା ବୋଲିଂରେ ୩୦ ରୁ ଅଧିକ ୫ ଉଇକେଟ ନେଇଥିବା ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ କ୍ରିକେଟର ହୋଇଛନ୍ତି। ଟେଷ୍ଟ କ୍ରିକେଟର ୧୪୭ ବର୍ଷ ପୁରୁଣା ଇତିହାସରେ ଏହା ପୂର୍ବରୁ କେବେ ହୋଇ ନ ଥିଲା, ତେଣୁ ଅଶ୍ୱିନ ଦୁନିଆର ପ୍ରଥମ କ୍ରିକେଟର ଭାବରେ ଏହା କରିଛନ୍ତି।

ବାଂଲାଦେଶ ବିପକ୍ଷ ମ୍ୟାଚ ଅଶ୍ୱିନଙ୍କ ଟେଷ୍ଟ କ୍ୟାରିୟରର ୧୦୧ ତମ ମ୍ୟାଚ ଅଟେ। ସେ ବ୍ୟାଟିଂରେ ୩,୪୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି ଏବଂ ଏହି ସମୟ ମଧ୍ୟରେ ୬ ଶତକ ସ୍କୋର କରିବା ବ୍ୟତୀତ ସେ ୧୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ବୋଲିଂରେ ସେ ଟେଷ୍ଟ ମ୍ୟାଚ୍‌ରେ ୩୬ରୁ ଅଧିକ ଥର ଗୋଟିଏ ଇନିଂସରେ ୫ କିମ୍ବା ଅଧିକ ଉଇକେଟ ନେଇଛନ୍ତି।

ଅଶ୍ୱିନ ଅଷ୍ଟମ ସ୍ଥାନ କିମ୍ବା ତା’ଠାରୁ କମ୍‌ରେ ବ୍ୟାଟିଂ କରି ୪ଟି ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭିଟୋରୀଙ୍କ ନାମରେ ୮ କିମ୍ବା ନିମ୍ନ କ୍ରମରେ ସର୍ବାଧିକ ଶତକ ସ୍କୋର କରିବାର ରେକର୍ଡ ରହିଛି। ଏହି ଅର୍ଡରରେ ବ୍ୟାଟିଂ କରୁଥିବା ବେଳେ ସେ ୫ ଶତକ ହାସଲ କରିଥିଲେ।

ରବିଚନ୍ଦ୍ରନ ଅଶ୍ୱିନ ତାମିଲନାଡୁରୁ ଆସିଛନ୍ତି ଏବଂ ତାଙ୍କ ଘରୋଇ ଗ୍ରାଉଣ୍ଡରେ ବ୍ୟାଟିଂ ରେକର୍ଡ ମଧ୍ୟ ବହୁତ ଭଲ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ୫ଟି ଟେଷ୍ଟ ମ୍ୟାଚର ୭ ଇନିଂସରେ ୩୩୧ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ହାରାହାରି ୫୫ରୁ ଅଧିକ ରହିଛି। ଅନ୍ୟପକ୍ଷରେ ବୋଲିଂରେ ଚେନ୍ନାଇ ଷ୍ଟାଡିୟମରେ ପ୍ରଫେସର ଅଶ୍ୱିନ ଏପର୍ଯ୍ୟନ୍ତ ୩୦ରୁ ଅଧିକ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri