୧୪୭ତମ ଗୋପବନ୍ଧୁ ଜୟନ୍ତୀ ପାଳିତ: ସତ୍ୟବାଦୀରୁ ସୁଆଣ୍ଡୋ ଚଳଚଞ୍ଚଳ

ସାକ୍ଷୀଗୋପାଳ,୯।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ଜାତିର ମଉଡମଣି ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଗୋପନ୍ଧୁ ଜୟନ୍ତୀ ଉପଲକ୍ଷେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା, ଜନସାଧାରଣଙ୍କ ସମାବେଶ ହୋଇଥିଲା।

ଏହି ଅବସରରେ ପୃଥକ ପୃଥକ ଶୋଭାଯାତ୍ରା କର୍ମପୀଠ ସତ୍ୟବାଦୀରୁ ବାହାରି ଜନ୍ମପୀଠ ସୁଆଣ୍ଡୋରେ ପହଞ୍ଚିଥିଲା। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥିଲା। ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁଙ୍କ ଷଠିଘରେ, ସ୍ମୃତି ମଣ୍ଡପ, ଐତିହ୍ୟ ବିକାଶ ପ୍ରକଳ୍ପର ସଂଗ୍ରହାଳୟ ଓ ସଂକଳ୍ପ ପୀଠ, କାଦୁଆ ଆଶ୍ରମ, ବସ୍‌ଷ୍ଟାଣ୍ଡ ପଞ୍ଚସଖା, ସାକ୍ଷୀଗୋପାଳ ମନ୍ଦିର, ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ, ସାକ୍ଷୀଗୋପାଳ କଲେଜ, ବିଭିନ୍ନ ବିଦ୍ୟାଳୟ, ଓଡ଼ିଆ ବିଶ୍ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ସାରଙ୍ଗଯୋଡି ଓ ଗକୁଣ୍ଡ ମଣ୍ଡପରେ ପୂଣ୍ୟାତ୍ମଙ୍କ ପ୍ରତିମୂର୍ତ୍ତି, ସମାଧିପୀଠ ଓ ଶେଷନିଶ୍ବାସ ତ୍ୟାଗ ପୀଠରେ ମାଲ୍ୟାର୍ପଣ କରି ବିଭିନ୍ନ ବର୍ଗର ଲୋକେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର େହେରା, ଜିଲା ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସତ୍ୟବାଦୀ ତହସିଲଦାର ଆଲୋକ ଦେହୁରୀ, ବିଡିଓ ଲିପ୍ସା ରାୟ ପ୍ରମୁଖ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ। ମା’ କ୍ଷେତ୍ରପାଳି ମୃଦଙ୍ଗ ବାଦ୍ୟ ପରିଷଦ ଓ କୈଳାସ ଗୋଟିପୁଅ ନୃତ୍ୟ ପରିଷଦ ଆନୁକୁଲ୍ୟରେ ସାରଙ୍ଗଯୋଡ଼ି ହାଟରୁ ସୁଆଣ୍ଡୋ ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ କଳାକାରମାନେ ସାମିଲ ହୋଇଥିଲେ।

ଗୋପବନ୍ଧୁ ସେବା ପରିଷଦ ପକ୍ଷରୁ ସୁଆଣ୍ଡୋଠାରେ ସ୍ମୃତି ସଭାରେ ଲୋକସେବକ ମଣ୍ଡଳ ସମ୍ପାଦକ ଆଜିବନ ସଭ୍ୟ ପ୍ରଭାସ ଆଚାର୍ଯ୍ୟ ଯୋଗ ଦେଇଥିଲେ। ଭାଜପା ପକ୍ଷରୁ ବିଧାୟକ ଓମ ପ୍ରକାଶ ମିଶ୍ର, ସତ୍ୟବାଦୀ କଂଗ୍ରେସ ପକ୍ଷରୁ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ମନୋଜ ରଥ, ବିଜେଡି ପକ୍ଷରୁ ବ୍ଲକ ଅଧ୍ୟକ୍ଷ ସୁନିଲ ପଣ୍ଡା, ଏଆଇଡିଏସଓ, ସୁଆଣ୍ଡୋ ସେତୁ ସଂଗଠନର ଗୋବିନ୍ଦ ମହାପାତ୍ର ଦଳମତ ନିର୍ବିଶେଷରେ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗୋପବନ୍ଧୁଙ୍କ ଦାୟଦ ଧିରେନ୍ଦ୍ର ନାଥ ଦାଶ, ରବିନ୍ଦ୍ରନାଥ ଦାଶ ପ୍ରମୁଖ ଅତିଥିମାନଙ୍କୁ ଗୋପବନ୍ଧୁଙ୍କ ଷଠିଘରକୁ ପାଛୋଟି ନେଇଥିଲେ। ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ବରେ ରେ ବକୁଳ ବନ ସମାଧି ପୀଠରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲ।

ଏପରିକି ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନେତୃତ୍ୱରେ ସ୍ଥାନୀୟ ହସ୍ପିଟାଲରେ ରୋଗୀଙ୍କୁ ଫଳ ବଣ୍ଟନ କରାଯିବା ସହ ଏକ ଶୋଭାଯାତ୍ରା ବାହାରି ଗୋପବନ୍ଧୁଙ୍କ ଜନ୍ମପୀଠରେ ପହଞ୍ଚିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଥିବା ଜଣେ ଯୁବକଙ୍କ ବୁଧବାର ମୃତ୍ୟୁ ଘଟିଛି। ମୃତକ ହେଲେ, ଅମ୍ବାଭୋନା ଥାନା ପ୍ରକାଶପୁର...

ମଞ୍ଚରେ ଥିଲେ ମୁଖ୍ୟମନ୍ତ୍ରୀ, ଟର୍ଚ୍ଚ ମାରିଲେ ମାଉସୀ, ବାରିପଦା ସଭାରେ ରୋଚକ ଦୃଶ୍ୟ

ଭୁବନେଶ୍ୱର,୯।୧୦: ଖାତାକୁ ଆସିଛି ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ’ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ...

ସୁଭଦ୍ରା KYC ପାଇଁ ବ୍ୟାଙ୍କରେ ଠେଲାପେଲା: ଭିଡ଼ରେ ଜଣେ ଆହତ

ଭଦ୍ରକ,୯।୧୦: ସୁଭଦ୍ରା ପାଇଁ କଓ୍ବୋଇସି ଅପଡେଟ ବେଳେ ବୁଧବାର ଏକ ଅଭାବନୀୟ ସ୍ଥିତ ଦେଖିବାକୁ ମିଳିଛି। ବ୍ୟାଙ୍କରେ ପ୍ରବଳ ଭିଡ଼ ଓ ଠେଲାପେଲା ଭିତରେ ଜଣେ...

କାଳରାତ୍ରୀ ବେଶରେ ମା’ ସମଲେଶ୍ବରୀ

ବରଗଡ଼,୯।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ବୁଧବାର ମା’ ସମଲେଶ୍ବରୀ କାଳରାତ୍ରୀ ବେଶରେ...

ବୈଠକର ଘଣ୍ଟାଏ ପରେ ମନେପଡ଼ିଲା: ୟୁଟ୍ୟୁବ ଶର୍ଚ୍ଚ କରି ବନ୍ଦେ ଉତ୍କଳ ଜନନୀ ଗାଇଲେ ମନ୍ତ୍ରୀ, ବିଧାୟକ, ବ୍ଲକ ଅଧ୍ୟକ୍ଷ

ଛତ୍ରପୁର,୯।୧୦ (ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲାପରିଷଦ ବୈଠକରେ ଘୋର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରତି ବୈଠକର ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗୀତ...

ବିଦ୍ୟୁତ କଟିଲେ କାର୍ଯ୍ୟାଳୟରେ କାମ ଠପ୍‌: ବଢୁଛି ଅସନ୍ତୋଷ

ଭୁବନ, ୯।୧୦( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଉପଡାକଘର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଭୁବନ ଏସିଆ ମହାଦେଶର ବଡ...

୭୦% ପ୍ରତିଶତ ଅର୍ଥ ହରିଲୁଟ୍‌: ମୋହନ ସରକାର କରିବେନି ବରଦାସ୍ତ

ଛତ୍ରପୁର, ୯।୧୦(ସନ୍ତୋଷ ପାଢ଼ୀ): ଦୀର୍ଘ ୧୫ ମାସ ପରେ ଗଞ୍ଜାମ ଜ଼ିଲାପରିଷଦ ବୈଠକ ବୁଧବାର ଜ଼ିଲାପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବସିଛି। ପ୍ରତି ୩ ମାସକୁ...

ବଢୁଛି ଦାଦନ ସମସ୍ୟା: ଦାଦନ ଖଟିବାକୁ ଯାଇ ମହିଳାଙ୍କ ଚାଲିଗଲା ଜୀବନ

ଦାରିଙ୍ଗବାଡି,୯।୧୦(ଅରୁଣ ସାହୁ): ଦାଦନ ଖଟିବାକୁ ଯାଇ ମହିଳାଙ୍କ କେରଳରେ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ମୃତକ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri