ପୁଣି ଦେଶରେ ବଢ଼ିଲା ମୃତ୍ୟୁସଂଖ୍ୟା: ଗତ ୨୪ଘଣ୍ଟାରେ ୧୪୯ଲୋକଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ,୧୮।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ଲଗାତର କମିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଦୈନିକ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ଦେଶରେ ୨,୫୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ୨,୫୨୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୩୦ଲକ୍ଷ ୪ହଜାର ୫ରେ ପହଞ୍ଚିଛି। ସେହିପରି ଗତ ୨୪ଘଣ୍ଟାରେ କରୋନାଜନିତ ୧୪୯ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୃତ୍ୟୁସଂଖ୍ୟା ୫ଲକ୍ଷ ୧୬ହଜାର ୨୮୧କୁ ବୃଦ୍ଧି ପାଇଛି। ଅନ୍ୟପଟେ ଦେଶରେ ସକ୍ରିୟ ମାମଲା ତଳକୁ ଖସି ୨୯,୧୮୧ ରହିଥିବା ବେଳେ ୩୯୯୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ବର୍ତ୍ତମାନ ସୁସ୍ଥତା ହାର ୯୮.୭୩ପ୍ରତିଶତ ରହିଥିବା ବେଳେ ସକ୍ରିୟ ମାମଲା ୦.୦୭ ପ୍ରତିଶତ ରହିଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଦେଶରେ କରୋନା ବିରୋଧରେ ଲଢ଼େଇ ପାଇଁ ୧୮୦.୯୭କୋଟି ଲୋକଙ୍କ ଟିକାକରଣ ହୋଇଛି। ସେହିପରି ଗତ ୨୪ଘଣ୍ଟା ଭିତରେ ୬,୩୩,୮୬୭ ନମୁନା ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।

Share