Categories: ଜାତୀୟ

ଭାଙ୍ଗିଲା ୧୪୯ ବର୍ଷର ପରମ୍ପରା; ଆଉ ବଦଳିବ ନାହିଁ ରାଜଧାନୀ

ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀରରେ ଦୀର୍ଘ ୧୪୯ ବର୍ଷ ହେଲା ଚାଲିଆସୁଛି ରାଜଧାନୀ ବଦଳିବାର ପରମ୍ପରା। ଏହି ପରମ୍ପରା ଅନୁଯାୟୀ ଜମ୍ମୁ-କଶ୍ମୀରର ରାଜଧାନୀ ପ୍ରତି ୬ ମାସରେ ଥରେ ବଦଳୁଥିଲା। ଏହି ହିସାବରେ ଶ୍ରୀନଗର ଏବଂ ଜମ୍ମୁକୁ ୬ ମାସ ପାଇଁ ଦିଆଯାଉଥିଲା ରାଜଧାନୀ ମାନ୍ୟତା।

ଏହି ପରମ୍ପରାକୁ ବାତିଲ କରିଦେଇଛି ଜମ୍ମୁ-କଶ୍ମୀର ପ୍ରଶାସନ। ଦ୍ୱୈତ ରାଜଧାନୀ ମଧ୍ୟରେ ଏଣିକି କର୍ମଚାରୀମାନଙ୍କୁ ଆଉ ଯାଆଆସ କରିବାକୁ ପଡ଼ିବନି। ସେମାନଙ୍କୁ ଗୋଟିଏ ସ୍ଥାନରେ ଅବସ୍ଥାପିତ କରାଯିବାର ବ୍ୟବସ୍ଥା ହୋଇଛି। ପ୍ରଶାସନ ସମ୍ପୂର୍ଣ୍ଣ ଇ-ଅଫିସ୍‌ରେ ପରିବର୍ତ୍ତନ ହୋଇସାରିଥିବାରୁ ବର୍ଷକୁ ୨ ଥର ରାଜଧାନୀ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ଉପରାଜ୍ୟପାଳ ମନୋଜ ସିହ୍ନା କହିଥିଲେ। ରାଜଧାନୀ ପରିବର୍ତ୍ତନ ବ୍ୟବସ୍ଥା ବନ୍ଦ ହେବା ଫଳରେ ବର୍ଷକୁ ୨୦୦ କୋଟି ଟଙ୍କାର ରାଜସ୍ବ ସଞ୍ଚୟ ହୋଇପାରିବ।

Share