Categories: ବାଣିଜ୍ୟ

୧୪ତମ ଫ୍ଲାଇଟ୍‌ ଅଫ୍‌ ଫାଣ୍ଟାସି ଅଭିଯାନ

ଭୁବନେଶ୍ୱର,୧୯।୬: ରାଜ୍ୟର ପ୍ରମୁଖ ସାମାଜିକ ସଂସ୍ଥା ଭୁବନେଶ୍ୱର ରାଉଣ୍ଡ୍‌ ଟେବୁଲ ୫୩ ଏବଂ ଭୁବନେଶ୍ୱର ଲେଡିଜ୍‌ ସର୍କଲ ୧୨ ପକ୍ଷରୁ ଏକ ଅଭିନବ ଅଭିଯାନ ‘ଫ୍ଲାଇଟ୍‌ ଅଫ୍‌ ଫାଣ୍ଟାସି’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଆର୍ଥିକ ଅନଗ୍ରସରଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ଉଭୟ ସଂସ୍ଥା ପକ୍ଷରୁ ମିଳିତ ଭାବେ ୨୫ ଜଣ ଆର୍ଥିକ ଅନଗ୍ରସର ବାଳିକାଙ୍କୁ ରବିବାର ବିମାନ ଯୋଗେ ଭୁବନେଶ୍ୱରରୁ କୋଲକାତା ବୁଲାଇ ନିଆଯାଇଛି। ଏପରିକି ଜୁନ ୧୯ରେ ବନ୍ଦେ ଭାରତ ଏକ୍ସପ୍ରେସ ଜରିଆରେ ସେମାନେ ଭୁବନେଶ୍ୱର ଫେରିବେ ବୋଲି ଉଭୟ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ‘ଫ୍ଲାଇଟ୍‌ ଅଫ୍‌ ଫାଣ୍ଟାନ୍ସି’ ଅଭିଯାନ ଜରିଆରେ ସମସ୍ତ ୨୫ ବାଳିକାଙ୍କୁ ଏକ ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିବା ସହ ସେମାନଙ୍କ ପାଇଁ ୱାନ୍ସ-ଇନ୍‌-ଏ-ଲାଇଫ୍‌ଟାଇମ୍‌ ଜର୍ଣ୍ଣି ହେବ। ଏପରିକି ନିଜ ନିତିଦିନିଆ ଜୀବନରୁ ବାହାରି କିଛି ନୂଆ ଅନ୍ବେଷଣ କରିବାର ମଉକା ହେବ। ନୂତନ ଦିଗ୍‌ମଣ୍ଡଳ ସହ ପରିଚିତ କରି ଏହି ଅନନ୍ୟ ଆଡ୍‌ଭେଞ୍ଚର ଜରିଆରେ ସମ୍ପୃକ୍ତ ବାଳିକାମାନଙ୍କୁ ବଡ଼ ସ୍ବପ୍ନ ଦେଖି ନିଜ ଆକାଂକ୍ଷାଙ୍କୁ ଦୃଢ଼ମନା ହୋଇ ପୂରଣ କରିବା ପାଇଁ ପ୍ରେରିତ କରୁଛନ୍ତି। ସଂସ୍ଥାଦ୍ୱୟ ପକ୍ଷରୁ କୁହାଯାଇଛି ଯେ, ପ୍ରାୟୋଜକଙ୍କ ବିନା ଏହି ଅଭିଯାନ ସମ୍ଭବ ହୋଇପାରି ନ ଥାନ୍ତା। ଭୁବନେଶ୍ୱର ରାଉଣ୍ଡ୍‌ ଟେବୁଲ ୫୩ ଏବଂ ଭୁବନେଶ୍ୱର ଲେଡିଜ୍‌ ସର୍କଲ ୧୨ ଲୁକ୍ସ ସେଲନ୍‌ ନିକଟରେ କୃତଜ୍ଞ, ଯିଏକି ଏହି ଅଭିଯାନକୁ ଆଣିବାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି। ସେମାନଙ୍କ ସ୍ପନ୍‌ସରସିପ କେବଳ ‘ଫ୍ଲାଇଟ୍‌ ଅଫ୍‌ ଫାଣ୍ଟାସି’କୁ ସକ୍ଷମ କରିନାହିଁ ତା’ସହିତ ସାମାଜିକ ଦାୟିତ୍ୱକୁ ନେଇ ସେମାନଙ୍କ ପ୍ରତିଶ୍ରୁତିକୁ ପୂରଣ କରୁଛି ଓ ଯୁବପିଢ଼ିଙ୍କୁ ସଶକ୍ତ କରୁଛି। କୋଲକାତାରେ ସ୍ବତନ୍ତ୍ର ହସ୍ପିଟାଲିଟି ପାଇଁ ଭୁବନେଶ୍ୱର ରାଉଣ୍ଡ୍‌ ଟେବୁଲ ୫୩ ଏବଂ ଭୁବନେଶ୍ୱର ଲେଡିଜ୍‌ ସର୍କଲ୧୨ ସିସିଏଲ୍‌ସି ୨୭, କେକେଆର୍‌ଟି ୨୯୩ ଏବଂ କେକେଏଲ୍‌ସି ୧୪୭କୁ ପ୍ରଶଂସା କରିଛନ୍ତି। ଉପରୋକ୍ତ ସଂସ୍ଥାଗୁଡ଼ିକ ପକ୍ଷରୁ ଦିଆଯାଉଥିବା ହସ୍ପିଟାଲିଟି ସହାୟତା ବାଳିକାମାନଙ୍କ ପାଇଁ ଉକ୍ତ ଯାତ୍ରାଙ୍କୁ ଅଧିକ ସ୍ମରଣୀୟ କରିବ। ‘ଫ୍ଲାଇଟ୍‌ ଅଫ୍‌ ଫାଣ୍ଟାସି’ ଅଭିଯାନ ଭୁବନେଶ୍ୱର ରାଉଣ୍ଡ୍‌ ଟେବୁଲ ୫୩ ଏବଂ ଭୁବନେଶ୍ୱର ଲେଡିଜ୍‌ ସର୍କଲ ୧୨ ର ମୂଳସଂସ୍ଥା ରାଉଣ୍ଡ ଟେବୁଲ ଇଣ୍ଡିଆ ଏବଂ ଲେଡିଜ୍‌ ସର୍କଲ ଇଣ୍ଡିଆର ମୂଳ ମନ୍ତ୍ରଙ୍କୁ ପ୍ରତିପାଦନ କରୁଛି।

 

Share