୧୪ ଏସ୍‌ଡିସି ଶୁଭାରମ୍ଭ ନେଇ ରାଜନୀତି

ଭୁବନେଶ୍ବର, ୧୫ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୧୪ ଜିଲାରେ ନୂତନ ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି)ର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ୯ଟି ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ ହୋଇଥିଲା। ଏବେ ମୋଟ୍‌ ୨୩ ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ନିର୍ବାଚନ ଆସିଲେ ସରକାରଙ୍କର ଆଦିବାସୀଙ୍କ କଥା ମନେପଡ଼େ ବୋଲି ଉଭୟ ବିରୋଧୀ ଭାଜପା ଏବଂ କଂଗ୍ରେସ ଅଭିଯୋଗ କରିଛନ୍ତି। ଏହା କେବଳ ନିର୍ବାଚନୀ ଥୋପ, ପୂର୍ବରୁ ଥିବା ୯ ଜିଲାର ସ୍ବତନ୍ତ୍ର ଉନ୍ନୟନ ପରିଷଦ କେବଳ ରାଜନୈତିକ କାର୍ଯ୍ୟକ୍ରମ ଲାଗି ବ୍ୟବହାର ହେଉଥିବା ବିରୋଧୀ କହିିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ମୋହନ ଚରଣ ମାଝି କହିଛନ୍ତି, ଜନଜାତି ବହୁଳ ଜିଲାଗୁଡ଼ିକର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ସଂରକ୍ଷଣ, ପ୍ରଜାତିକ ଓ ପରିଚିତିର ସ୍ଥିତାବସ୍ଥା ବଜାୟ ରଖିବା ଲାଗି ରାଜ୍ୟ ସରକାର ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସ୍‌ଡିସି) ଗଠନ କରିଥିଲେ। ମାତ୍ର ନିର୍ବାଚନ ପରେ ଏହି ପରିଷଦ ସ୍ଥାଣୁ ପାଲଟି ଯାଇଥିଲା। ପ୍ରଥମ ଅଧ୍ୟକ୍ଷଙ୍କ ଇସ୍ତଫା ପରେ ରାଜ୍ୟ ସରକାର ଜାଣିଶୁଣି ଏହାକୁ ବନ୍ଦକରି ଦେଇଥିଲେ। ଓଡ଼ିଶା ଜନସଂଖ୍ୟାର ପ୍ରାୟ ୨୪% ହେଉଛନ୍ତି ଆଦିବାସୀ ଏବଂ ୬୨ ସମ୍ପ୍ରଦାୟ ଓ ୧୩ଟି ପିଭିଟିଜି ସମ୍ପ୍ରଦାୟର ଜନଜାତି ବସବାସ କରନ୍ତି। ଗତ କେନ୍ଦ୍ର ବଜେଟରେ ମୋଦି ସରକାର ପିଭିଟିଜି ସମ୍ପ୍ରଦାୟର ବିକାଶ ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥକ ଅନୁଦାନ ଯୋଗାଇ ଦେଇଥିବା ବେଳେ ରାଜ୍ୟ ସରକାର ଠିକ୍‌ ବିନିଯୋଗ କରିବାରେ ବିଫଳ ହୋଇଛନ୍ତି। ଆଦିବାସୀ ଅଧ୍ୟୁଷିତ ଖଣି ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଡିଏମ୍‌ଏଫ ପାଣ୍ଠିରେ ଗଚ୍ଛିତ ଥିବା ୧୬ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାକୁ ଶାସକ ବିଜେଡି ନେତା ଓ କର୍ମୀମାନେ ବ୍ୟାପକ ଭାବେ ହରିଲୁଟ୍‌ କରିବାରୁ ବିକାଶ ବାଧାପ୍ରାପ୍ତ ହୋଇଛି ବୋଲି ସେ କହିଛନ୍ତି।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ସରକାର ଏସ୍‌ଡିସି ଗଠନ କରିଛନ୍ତି ଠିକ୍‌ ଅଛି। ହେଲେ ଏମାନେ ରାଜ୍ୟସ୍ତରୀୟ ବୈଠକ କେତେଥର କଲେଣି। ଜିଲାରେ କେତେ ଟଙ୍କା କେଉଁଠି ଦେଇଛନ୍ତି ଏବଂ ଆଦିବାସୀ ଅଞ୍ଚଳର କ’ଣ ସବୁ ବିକାଶ କରିଛନ୍ତି। ବାସ୍ତବ କଥା ହେଲା ଏମାନେ ଏସ୍‌ଡିସି ଗଠନ କରି କିଛି କରିନାହାନ୍ତି। ନିର୍ବାଚନ ୮ ମାସ ରହିଲା। ସେଥିପାଇଁ ଏମାନେ ଆଉ ୧୪ ଜିଲାରେ ଏସ୍‌ଡିସି ପ୍ରସାରିତ କରିଛନ୍ତି। ଯେଉଁମାନେ ବିଜେଡିର ଆଶାୟୀ ପ୍ରାର୍ଥୀମାନେ ଅଛନ୍ତି ସେମାନଙ୍କୁ ଥଇଥାନ କରିବାର ଏହା ଏକ ଯୋଜନା। ତେଣୁ ଏହା ଥଇଥାନ କେନ୍ଦ୍ର ହୋଇଛି।
ବିଜେଡି ନେତା ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝି କହିଛନ୍ତି, ଏସ୍‌ଡିସି ୯ଟି ଆଦିବାସୀ ବହୁଳ ଜିଲା ଯେଉଁଠି ୫୦ ଭାଗ ଆଦିବାସୀ ରହୁଛନ୍ତି, ସେଠାରେ ଯେପରି ଆମୂଳଚୂଳ ପରିବର୍ତ୍ତନ ଆସିପାରିବ ସେଥିଲାଗି କାମ କରୁଛନ୍ତି। ଆଦିବାସୀ କଳା ସଂସ୍କୃତି ଆମୂଳଚୂଳ ପରିବର୍ତ୍ତନ ଉପରେ ବହୁତ ଧ୍ୟାନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ବହୁଳ ଜିଲାରେ ଆମୂଳଚୂଳ ପରିବର୍ତ୍ତନ ଆଣିବ ବୋଲି ପ୍ରଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

ଆମେରିକାରେ ଅଚ୍ୟୁତ ସାମନ୍ତଙ୍କ ନାମରେ ଖୋଲିବ ଗବେଷଣା କେନ୍ଦ୍ର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଆମେରିକାର ସରକାରୀ ବିଶ୍ୱବିଦ୍ୟାଳୟ ସିଟି ୟୁନିଭର୍ସିଟି ଅଫ୍‌ ନ୍ୟୁୟର୍କ(କ୍ୟୁନି)ରେ ଶିକ୍ଷାବିତ୍‌, ସାମାଜିକ କର୍ମୀ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନାମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri