୧୪ରୁ ୨ୟ ପର୍ଯ୍ୟାୟ ଡାକ୍ତରୀ ନାମଲେଖା

ଭୁବନେଶ୍ୱର,୧୧ା୮(ଅସମାପିକା ସାହୁ): ରାଜ୍ୟରେ ଥିବା ୧୬ଟି ମେଡିକାଲ କଲେଜରେ ୨୦୨୩ ଶିକ୍ଷାବର୍ଷ ଲାଗି ନାମଲେଖା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ଏଫ୍‌ଏମ୍‌ ଏମ୍‌ସିଏଚ୍‌ ବାଲେଶ୍ୱରରେ ସବୁ ସିଟ୍‌ ପୂରଣ ହୋଇଥିବାବେଳେ ଅନ୍ୟ ମେଡିକାଲ କଲେଜରେ ମୋଟ ୪୫୨ଟି ସିଟ୍‌ ଖାଲି ରହିଛି। ବିବି ଏମ୍‌ସିଏଚ୍‌ ବଲାଙ୍ଗୀରରେ ୪ଟି, ହାଇଟେକ ଡେଣ୍ଟାଲ କଲେଜରେ ୯୭, ହାଇଟେକ ଏମ୍‌ସିଏଚ୍‌ରେ ୫୨, ଏମ୍‌କେସିଜି ଏମ୍‌ସିଏଚ୍‌ରେ ୨୪, ପିଆର୍‌ଏମ୍‌ ଏମ୍‌ସିଏଚ୍‌ରେ ୮, ଏସ୍‌ସିବି ଡେଣ୍ଟାଲ କଲେଜରେ ୨୭, ଏସ୍‌ସିବି ଏମ୍‌ସିଏଚ୍‌ରେ ୮୮, ଏସ୍‌ଏଲ୍‌ଏନ୍‌ ଏମ୍‌ସିଏଚ୍‌ରେ ୧୦, ଭିମ୍‌ସାର୍‌ରେ ୧୬ ଓ ହାଇଟେକ୍‌ ଏମ୍‌ସିଏଚ୍‌ରେ ୫୧ଟି ସିଟ୍‌ ଖାଲି ରହିଛି। ଏବେ ଖାଲି ପଡିଥିବା ଏହି ୪୫୨ଟି ସିଟ୍‌ ପୂରଣ ଲାଗି ଦ୍ୱିତୀୟ ପର୍ଯ୍ୟାୟ କାଉନ୍‌ସେଲିଂ ପାଇଁ ଆସନ୍ତା ୧୪ରୁ ୨୮ତାରିଖ ମଧ୍ୟରେ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

Share