ରତ୍ନଭଣ୍ଡାର ଖୋଲିବା ନେଇ ୧୪ ତାରିଖର ଅପୂର୍ବ ସଂଯୋଗ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ପରିଶେଷରେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଖୋଲାଯାଇଛି। ପୂର୍ବରୁ ଶେଷ ଥର ପାଇଁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ୧୯୮୫ ଜୁଲାଇ ୧୪ ତାରିଖରେ ଖୋଲାଯାଇଥିବା ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ତଥ୍ୟ ଦିଆଯାଇଛି। ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ଚିଠି ନମ୍ବର- ୧୨୧୮୯ ତା ୨୯/୧୦/୨୦୨୨ ଯୋଗେ ଏହି ତଥ୍ୟ ପ୍ରଦାନ କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ପାଇଥିବା ସୂଚନା ଅଧିକାର କର୍ମୀ ପଣ୍ଡା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ସେ କହିଛନ୍ତି, ପୁଣି ୩୯ ବର୍ଷ ପରେ ସେହି ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାରକୁ ଖୋଲାଯାଇଛି। ଏହାକୁ କେବଳ ଏକ ଅପୂର୍ବ ସଂଯୋଗ ବୋଲି କୁହାଯାଇପାରେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ୧୯୭୭ ମସିହାରେ ଶେଷଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା ବୋଲି ଯାହା ପ୍ରଚାର କରାଯାଉଛି ତାହା ଭୁଲ ବୋଲି ସୂଚନା ଅଧିକାର କର୍ମୀ ପଣ୍ଡା କହିଛନ୍ତି। ଏହାସହ ତଥ୍ୟରେ ୧୯୫୪-୫୫ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ଲାଗୁ କରାଯିବା ପରେ ସମସ୍ତ ସମ୍ପତ୍ତିର ବସ୍ତୁସୂଚୀର ତାଲିକା କରାଯାଇଥିବା କଥା କୁହାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ ସେପ୍ଟେମ୍ବର ୧୧ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ୧୦ ବର୍ଷ ଲାଗିଗଲା ବୋଲି ପଣ୍ଡା କହିଛନ୍ତି। ସେ ପୁଣି କହିଛନ୍ତି ଯେ, ସରକାରଙ୍କ ପାଖରେ ମହଜୁଦ ଥିବା ସୁନା, ରୁପା ସହ ରତ୍ନ ତାଲିକାକୁ ସାର୍ବଜାନୀନ କରାଯିବା ସଙ୍ଗେ ସଙ୍ଗେ ବର୍ତ୍ତମାନର ଗଣତି ମଣତି ତାଲିକାକୁ ସାର୍ବଜନୀନ କରାଯାଉ ଓ ତାଲିକାକୁ ଠିକ୍‌ ଭାବରେ ସଂରକ୍ଷଣ କରାଯାଉ। ଫଳରେ ଭବିଷ୍ୟତରେ ଆଉ ଦ୍ୱନ୍ଦ୍ୱ ଉପୁଜିବ ନାହିଁ ବୋଲି ପଣ୍ଡା ପ୍ରେସ୍‌ ରିଲିଜ୍‌ରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ…

ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ...

ଗାଇଡ଼ଲାଇନ ଖୋଲାଖୋଲି ଉଲ୍ଲଂଘନ ପ୍ରସଙ୍ଗ:ଖୁବଶୀଘ୍ର ଗଠନ ହେବ ନୂତନ ପରିଚାଳନା କମିଟି

ଗଞ୍ଜାମ,୨୨/୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ସ୍କୁଲ ପରିଚାଳନା କମିଟି ସଭାପତିଙ୍କୁ ନେଇ ଚର୍ଚ୍ଚା ହେଉଛି। ଅବ୍ୟବସ୍ଥାରେ ସ୍କୁଲ ବାର୍ଷିକ ଉତ୍ସବ ନେଇ ଖବର...

Delta ବିମାନରେ ଲାଗିଲା ନିଆଁ, ଏମରଜେନ୍ସି ସ୍ଲାଇଡସ୍‌ରେ ବାହାରିଲେ ଯାତ୍ରୀ

ଫ୍ଲୋରିଡା,୨୨।୪: ଆମେରିକାର ଅରଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ Delta ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଛି। ତଥାପି, ଅଗ୍ନିକାଣ୍ଡ ସମ୍ପର୍କରେ ସମୟୋଚିତ ସୂଚନା ପାଇବା ପରେ, ବିମାନରେ...

ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳିଙ୍କ ମଧ୍ୟରେ କିଏ Vegetarian ଆଉ କିଏ Non-vegetarian: ଜାଣନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ୍‌

ନୂଆଦିଲ୍ଲୀ,୨୨।୪:ଖେଳର କୌଶଳ ବୁଝିବା ସହିତ, ଜଣେ କ୍ରିକେଟରଙ୍କୁ ଭଲ ଫିଟନେସ ମଧ୍ୟ ବଜାୟ ରଖିବାକୁ ପଡିବ। ଏହାଦ୍ୱାରା ତାଙ୍କର ପ୍ରଦର୍ଶନ ଭଲ ହୋଇପାରିବ। ଆଜିକାଲି ପ୍ରତ୍ୟେକ...

ଦାରିଙ୍ଗବାଡ଼ିରେ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ବିଡିଓ: କାର୍ଯ୍ୟ ତ୍ୱରାନ୍ବିତ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ  

ଦାରିଙ୍ଗବାଡି,୨୨।୪(ଅରୁଣ ସାହୁ )- କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ପଞ୍ଚାୟତ ସମେତ ୮ ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଚାଲିଛି। ବିଶେଷ କରି...

ଫିକ୍ସ ହେଲା ଶୁବମନ ଗିଲଙ୍କ ମ୍ୟାରେଜ? IPL ମ୍ୟାଚରେ କମେଣ୍ଟେଟରଙ୍କ ପ୍ରଶ୍ନର ଉତ୍ତରରେ ଅପଡେଟ ଦେଲେ…

ନୂଆଦିଲ୍ଲୀ,୨୨।୪: ଶୁବମନ ଗିଲଙ୍କ ଖେଳ ପାଇଁ ସାରା ବିଶ୍ୱ କେବଳ ପ୍ରଶଂସା କରେ ନାହିଁ, ମହିଳା ପ୍ରଶଂସକମାନେ ମଧ୍ୟ ତାଙ୍କ ଲୁକ ପାଇଁ ପାଗଳ। ଏବେ...

ଘରୋଇ ଆବାସିକ କଲେଜରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ଶୋଇଥିବା ଅବସ୍ଥାରେ…

କେନ୍ଦୁଝର,୨୨।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ମାଇନିଂ ରୋଡ ସ୍ଥିତ ଗାୟତ୍ରୀ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତ ଛାତ୍ରଙ୍କ...

ଯୁବକଙ୍କୁ ପଥରରେ ଛେଚି ହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ପାଟପୁର ଥାନା ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ପଥର ଛେଚି ହତ୍ୟା କରାଯାଇଛି। ଶେରଗଡ଼ ବ୍ଲକ କାଳିଆଘାଇ ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image