Categories: ଜାତୀୟ

ଲାଲ କିଲାରେ ମଣିପୁର ପ୍ରସଙ୍ଗ ଉଠାଇଲେ ମୋଦି, କହିଲେ ଶାନ୍ତିରୁ ବାହାରିଥାଏ ସମାଧାନର ରାସ୍ତା

ନୂଆଦିଲ୍ଲୀ,୧୫।୮: ସାରା ଦେଶ ମଙ୍ଗଳବାର ପାଳନ କରୁଛି ୭୭ ତମ ସ୍ବାଧିନତା ଦିବସ। ୭୭ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରେଡ ଫୋର୍ଟରୁ କ୍ରମାଗତ ଦଶମ ଥର ଲାଗି ତ୍ରିରଙ୍ଗା ଉଡାଇଛନ୍ତି। ଏହା ପରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ମଧ୍ୟ ଉଲ୍ଲେଖ କରିଛନ୍ତି ଯାହା ଜାତିଗତ ହିଂସାର ନିଆଁକୁ ସାମ୍ନା କରୁଛି।
ମଣିପୁର ପ୍ରସଙ୍ଗରେ ସୂଚନା ଦେଇ ସେ କହିଛନ୍ତି ଯେ ଗତ କିଛି ସପ୍ତାହ ଧରି ଉତ୍ତର ପୂର୍ବରେ ହିଂସାକାଣ୍ଡ ଘଟିଥିଲା, ବିଶେଷ କରି ମଣିପୁରରେ ଅନେକ ଲୋକ ପ୍ରାଣ ହରାଇଥିଲେ। ମା ଏବଂ ଝିଅଙ୍କ ସମ୍ମାନ ସହିତ ଏକ ବିଶୃଙ୍ଖଳା ହୋଇଥିଲା, କିନ୍ତୁ ଗତ କିଛି ଦିନ ହେବ ଶାନ୍ତି ସମ୍ପର୍କରେ ଖବର ଆସିଛ। ମଣିପୁରର ଲୋକଙ୍କ ସହ ଦେଶ ଅଛି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମଣିପୁରର ଲୋକମାନେ ଗତ କିଛି ଦିନ ଧରି ଶାନ୍ତି ବଜାୟ ରଖିଛନ୍ତି, ସେହି ଶାନ୍ତିର ପର୍ବକୁ ଆଗକୁ ବଢାନ୍ତୁ। କେବଳ ଶାନ୍ତି ହିଁ ସମାଧାନର ରାସ୍ତା ଖୋଜିବ। ସେହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ଆଗକୁ ମଧ୍ୟ ଜାରି ରଖିବେ ବୋଲି ମୋଦି ତାଙ୍କ ସମବୋଧନରେ ପ୍ରକାଶ କରିଛନ୍ତି।

Share