ନୂଆଦିଲ୍ଲୀ,୧୩।୮: ସ୍ବାଧିନତା ଦିବସକୁ ଆଉ ମାତ୍ର ୨ ଦିନ ବାକି ଥିବା ବେଳେ ସୁରକ୍ଷା ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଭିଡ ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି। ତେବେ ଗୁଇନ୍ଦା ସଂସ୍ଥାକୁ ମିଳିଥିବା ଖବରରୁ ଜଣାପଡିଛି କି ପ୍ରତିବନ୍ଧିତ ସଙ୍ଗଠନ ‘ଶିଖ ଫର୍ ଜଷ୍ଟିଶ’(ଏସ୍ଏଫ୍ଜେ) ଅଗଷ୍ଟ ୧୫ ସ୍ବାଧିନତା ଦିବସ ଅବସରରେ ଲାଲକିଲାରେ ଖଲିସ୍ତାନ ପତାକା ଉଡାଇବାର ଯୋଜନା କରୁଛି। ଏହି କାର୍ଯ୍ୟ କରିବାକୁ ୧,୨୫,୦୦୦ଡଲାରର ଘୋଷଣା କରାଯାଇଛି। ଏମିତି ଖବର ମିଳିବା ପରେ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ରାଜଧାନୀର ବଜାରରେ ପୋଲିସ ସନ୍ଦିଗ୍ଧଙ୍କ ଉପରେ କଡା ନଜର ରଖିଛି। ସ୍ବାଧିନତା ଦିବସର ସୁରକ୍ଷା ପାଇଁ ପାଖାପାଖି ୪୫ ହଜାର ସୁରକ୍ଷାକର୍ମୀଙ୍କୁ ନିଯୋଜିତ କରାଯାଇଛି।