୧୫ରେ ପ୍ରମାଣପତ୍ର ଓ ବ୍ୟକ୍ତିଗତ ଯାଞ୍ଚ

କଟକ,୭ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ୍‌)-୨୦୨୧ ପାଇଁ ପ୍ରମାଣପତ୍ର ଓ ବ୍ୟକ୍ତିଗତ ଯାଞ୍ଚ ନିମନ୍ତେ ୮୭୧ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଆସନ୍ତା ୧୫ ତାରିଖରେ ଓପିଏସ୍‌ସି କାର୍ଯ୍ୟାଳୟରେ ଏହି ଯାଞ୍ଚ ପ୍ରକ୍ରିୟା ହେବ ବୋଲି ଗୁରୁବାର ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୮୭୧ ଜଣଙ୍କ ମଧ୍ୟରୁ ୩୧୩ ମହିଳା ପ୍ରାର୍ଥୀ ରହିଛନ୍ତି। ସେମାନଙ୍କର ରୋଲ୍‌ ନମ୍ବର ଓପିଏସ୍‌ସି ୱେବ୍‌ସାଇଟ୍‌ (https://www.opsc.gov.in)ରେ ଉପଲବ୍ଧ ରହିଛି। ସୂଚନାଥାଉ କି, ଓପିଏସ୍‌ସି ପକ୍ଷରୁ ଓସିଏସ୍‌-୨୦୨୧ମୁଖ୍ୟ ଲିଖିତ ପରୀକ୍ଷା ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୨ ଓ ଆଉ ଏକ ପରୀକ୍ଷା ମାର୍ଚ୍ଚ ୧୮ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୮୭୧ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।