ଆଜି ରାଜ୍ୟରୁ ୧୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ରାଜ୍ୟରୁ ସୋମବାର ୧୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୧୩୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୬ ଜଣ ଶିଶୁ ବି ଅଛନ୍ତି।

ଆଜି ବାଲେଶ୍ୱରରୁ ୧, ବଲାଙ୍ଗୀର ୧, ଦେବଗଡ଼ ୩, ଯାଜପୁର ୧, କଳାହାଣ୍ଡି ୧, ପୁରୀ ୪, ସମ୍ବଲପୁର ୧, ସୋନପୁର ୧ ଏବଂ ସୁନ୍ଦରଗଡ଼ରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୬,୧୩୨ରେ ପହଞ୍ଚିଥିବା ବେଳେ ୧୩,୨୬,୬୨୧ ଜଣ ସୁସ୍ଥ ହୋଇଛନ୍ତି। ୨୫୫ ଜଣ ଚିକିିତ୍ସିତ ହେଉଛନ୍ତି।

Share