ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୩।୪: ମହାରାଷ୍ଟ୍ରରେ କରୋନା ପ୍ରକୋପ ଜାରି ରହିଛି। ରାଜ୍ୟରେ ମଙ୍ଗଳବାର ୫୧,୭୫୧ କରାନାର ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୨୫୮ଲୋକଙ୍କ ମୃତ୍ୟୁ ହୋଇଛି। କରୋନା ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ମଙ୍ଗଳବାର ରାଜ୍ୟସରକାର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି। ରାତି ସାଢ଼େ ୮ଟାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ। ଏହି ସମୟରେ ଆଗାମୀ ୧୫ଦିନ ଯାଏଁ ଅର୍ଥାତ୍‌ ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ଏସ୍‌ଓପି ମଧ୍ୟ ପ୍ରସ୍ତୁତ ହୋଇସାରିଛି। ତେବେ ଏହା ପୂର୍ବ ବର୍ଷ ଭଳି ଲକ୍‌ଡାଉନ ହେବ ନାହିଁ। ଚଳିଥ ଥର ଲକ୍‌ଡାଉନରେ ଯାତାୟାତ ସେବା ଜାରି ରହିବ, ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ ଏବଂ ଅତ୍ୟାବଶ୍ୟକ ସେବା ସହିତ ଜଡ଼ିତ ଥିବା ସଂସ୍ଥାଗୁଡ଼ିକୁ ଖୋଲା ରଖିବାକୁ ଅନୁମତି ପ୍ରଦାନ କରାଯିବ। ସେହିପରି ସ୍କୁଲ, କଲେଜ, ସିନେମା ହଲ, ପାର୍କ, ଜିମ୍‌ ଆଦି ବନ୍ଦ ରହିବ। ଅନ୍ୟପଟେ ରେଷ୍ଟୁରାଣ୍ଟଗୁଡ଼ିକୁ କେବଳ ହୋମ ଡେଲିଭରି ପାଇଁ ଅନୁମତି ଦିଆଯିବାକୁ ଥିବା ବେଳେ ଜନସାଧାରଣ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯିବ। ଏହି ସମୟରେ ଆର୍ଥିକ ଦୃଷ୍ଟିରୁ ଭଲ ନ ଥିବା ବିଭାଗଗୁଡ଼ିକ ପାଇଁ ଖୁବଶୀଘ୍ର ଆର୍ଥିକ ପ୍ୟାକେଜ ଘୋଷଣା କରାଯିବ। ଏଥିପାଇଁ କାମ ଚାଲିଛି।

Share