ଏହି ରାଜ୍ୟରେ ଜାରି ହେବ ୧୫ ଦିନିଆ ଲକ୍‌ଡାଉନ୍‌: ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ…

ମୁମ୍ବାଇ,୧୧।୪: ଦେଶରେ କରୋନା ସଂକ୍ରମଣ ଥମିବାର ନା ଧରୁନି। ଏପରିସ୍ଥଳେ ମହାରାଷ୍ଟ୍ରର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ପ୍ରତିଦିନ ରାଜ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ରହୁଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ରାଜ୍ୟରେ ୧୫ ଦିନିଆ ଲକ୍‌ଡାଉନ୍‌ ଜାରି କରିବା ସମ୍ପର୍କରେ ସଙ୍କେତ ଦେଇଛନ୍ତି। ରାଜ୍ୟରେ ସ୍ଥିତି ନ ସୁଧୁରିଲେ ଏପ୍ରିଲ୍‌ ୧୨ଠାରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇ ପାରେ ବୋଲି ସେ ସଙ୍କେତ ଦେଇଛନ୍ତି। ଏନେଇ ସେ ରାଜ୍ୟର ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି। ଉଦ୍ଧବ ସରକାରଙ୍କୁ ସହାୟତା ଯୋଗାଇ ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ାନଭୀସ୍‌ଙ୍କ ସମେତ ଅନ୍ୟ ରାଜନୈତିକ ଦଳର ନେତା ଆଶ୍ୱାସନା ଦେଇଛନ୍ତି। ରାଜ୍ୟର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି।

Share