Categories: ଜାତୀୟ

ବସରେ କରେଣ୍ଟ ଲାଗି ୧୫ ମୃତ…

ଚାମୋଲି,୧୯।୭ : ଉତ୍ତରାଖଣ୍ଡର ଚାମୋଲି ଜିଲାରୁ ହୃଦୟ ବିଦାରକ ଖବର ମିଳିଛି। ଏଠାରେ ଯାତ୍ରୀବାହୀ ବସରେ ବିଦ୍ୟୁତ ସଂଯୋଗ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଘଟଣାର ସୂଚନା ପାଇ ପୋଲିସ ପ୍ରଶାସନ ଟିମ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିବାବେଳେ ମୃତମାନଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ସୂଚନାନୁସାରେ, ଆଲାକାନନ୍ଦ ନଦୀ କୂଳରେ ଟ୍ରାନ୍ସଫର୍ମର ବିସ୍ଫୋରଣ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଚାମୋଲି ଏସପି  ପରମେନ୍ଦ୍ର ଡୋଭାଲ ନିଶ୍ଚିତ କରିଛନ୍ତି।

ଆହତମାନଙ୍କୁ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଦେଇଛନ୍ତି। ଏହା ସହିତ ସିଏମ ଧାମି ଏହି ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏହି ଘଟଣାରେ ଲୋକମାନେ ବିଦ୍ୟୁତ ବିଭାଗ ଅବହେଳା କରିଥିବା ଅଭିଯୋଗ କରିଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବର୍ତ୍ତମାନ ନମାମି ଗଙ୍ଗେ ପ୍ରକଳ୍ପର କାର୍ଯ୍ୟ ବନ୍ଦ କରି ଘଟଣାର ଅନୁସନ୍ଧାନ କରାଯାଉଛି।

 

Share