ମସଜିଦ୍‌ରେ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୫୫ରେ

କାବୁଲ,୮।୧୦: ଆଫଗାନିସ୍ତାନର କୁନ୍ଦୁଜ ସହରରେ ଶିଟେ ମସ୍‌ଜିଦ ଉପରେ ବଡ଼ ଧରଣର ବୋମା ମାଡ଼ କରାଯାଇଛି। ଶୁକ୍ରବାର ନମାଜ ପାଠ ବେଳେ ଘଟିଥିବା ବିସ୍ଫୋରଣରେ ଅତିକମ୍‌ରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୯୦ ଜଣ ଆହତ ହୋଇଥିବାରୁ ମୃତକଙ୍କ ସଂଖ୍ୟା ବଢ଼ିପାରେ। ଗତ ଅଗଷ୍ଟରେ ତାଲିବାନ ପୂରା ଦେଶକୁ କବ୍‌ଜା କରିବା ପରେ ଏହା ହେଉଛି ସବୁଠୁ ବଡ଼ ଧରଣର ଆକ୍ରମଣ।

ଆମ ପାଖକୁ ୯୦ ଆହତଙ୍କ ସହ ୧୫ ମୃତଦେହ ଆସିଛି। କିନ୍ତୁ ମୃତକଙ୍କ ସଂଖ୍ୟା ବଢ଼ିପାରେ। ଏବେ ବି ଆମ ପାଖକୁ ଆହତ ବ୍ୟକ୍ତିମାନେ ଆସୁଥିବା ଜଣେ ହସ୍ପିଟାଲର ଡାକ୍ତର ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି। ତେବେ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ଏପର୍ଯ୍ୟନ୍ତ ନିଜକୁ ଦାୟୀ କରିନାହାନ୍ତି। କିନ୍ତୁ ଏହା ପଛରେ ତାଲିବାନର ଚିରଶତ୍ରୁ ଇସ୍ଲାମିକ୍‌ ଷ୍ଟେଟ୍‌ ଗ୍ରୁପର ହାତ ଥାଇପାରେ।

Share