ଦିନକୁ ୧୫ ମୁଣ୍ଡ ନେଉଛି ସଡ଼କ ଦୁର୍ଘଟଣା: ଏହି ଜିଲାରେ ସର୍ବାଧିକ ମୃତ୍ୟୁ

ଭୁବନେଶ୍ୱର, ୬।୯: ରାଜ୍ୟରେ ସଡ଼କ ଦୁର୍ଘଟଣାରେ ଦିନକୁ ଦିନ ବଢିବାରେ ଲାଗିଛି। ସଡକ ଦୁର୍ଘଟଣାରେ ଦିନକୁ ପ୍ରାୟ ୧୫ ଜଣଙ୍କ ପ୍ରାଣହାନୀ ଘଟୁଛି। ୨୦୨୩ରେ ୫ ହଜାର ୬୯୬ ଜଣଙ୍କର ସଡ଼କ ଦୁର୍ଘଟଣା ମୃତ୍ୟୁ ଘଟିଛି। ବିଧାନସଭାରେ ପ୍ରଶ୍ନକାଳରେ ବିଜେଡି ବିଧାୟକ ସନାତନ ମହାକୁଡ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ସଡ଼କ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
୨୦୨୩ରେ ମୋଟ ୧୨ ହଜାର ୫୨ଟି ଦୁର୍ଘଟଣା ହୋଇଥିବା ବେଳେ ଆହତ ହୋଇଛତି ୧୦ ହଜାର ୪୧୯ ଜଣ। ଗତ ବର୍ଷ ସୁନ୍ଦରଗଡ ଜିଲାରେ ସର୍ବାଧିକ ୪୪୮ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୨୦୧୯ରୁ ୨୦୨୩ ପର୍ଯ୍ୟନ୍ତ ୨୬ ହଜାର ୩୧୫ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ୫ ବର୍ଷ ମଧ୍ୟରେ ମୋଟ ୫୫ ହଜାର ୫୮୦ ଦୁର୍ଘଟଣା ହୋଇଥିବା ବେଳେ ୫୦ ହଜାର ୪୯୮ ଜଣ ଆହତ ହୋଇଛନ୍ତି।

୨୦୨୩ରେ ରାଜ୍ୟରେ ଦିନକୁ ପ୍ରାୟ ୩୩ରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ପ୍ରାୟ ୧୫ ଜଣ ଏଥିରେ ପ୍ରାଣ ହରାଇଛନ୍ତି। ତେବେ ୨୦୨୨ ବର୍ଷରେ ଦୁର୍ଘଟଣା ସଂଖ୍ୟା ଥିଲା ୧୧ ହଜାର ୬୬୩। ସେହି ବର୍ଷ ୫୪ ହଜାର ୬୭ ଜଣଙ୍କ ଜୀବନ ଯାଇଥିଲା। ୨୦୨୨ ବର୍ଷ ଅପେକ୍ଷା ୨୦୨୩ ବର୍ଷରେ ୩୮୯ଟି ଅଧିକ ଦୁର୍ଘଟଣା ଘଟିଛି। ସେହିପରି ୨୦୨୨ ତୁଳନାରେ ୨୦୨୩ରେ ୨୨୯ଟି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିଛି।

Share