Advertisement

ଜଙ୍ଗଲରେ ଚରୁଥିବା ବେଳେ ହଠାତ୍‌ ଟଳିପଡ଼ିଲେ ୧୫ ଛେଳି, ମାଲିକ ଅଚେତ

ଢେଙ୍କାନାଳ,୧୪ା୩(ରତନ ନାୟାର): ଢେଙ୍କାନାଳ ସଦର ଥାନା ସୋଗରପଷି ପଞ୍ଚାୟତ ଆରଦା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଙ୍ଗଲରେ ଚରୁଥିବା ଅବସ୍ଥାରେ ୧୫ରୁ ଊର୍ଦ୍ଧ୍ୱ ଛେଳିଙ୍କ ଅକସ୍ମାତ ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଏପଟେ ଛେଳି ମଡ଼କ ଦେଖି କ୍ଷତିଗ୍ରସ୍ତ ଛେଳି ଚାଷୀ ଚୈତନ୍ୟ ପ୍ରଧାନ ଅଚେତ ହୋଇ ପଡ଼ିଛନ୍ତି। ତାଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ ଛେଳି ଚାଷୀ ଚୈତନ୍ୟ ପଧାନ ଶୁକ୍ରବାର ସକାଳୁ ୩୦ ଛେଳି ନେଇ ଚରାଇବାକୁ ଝିଙ୍କରଗଡ଼ି ଜଙ୍ଗଲକୁ ଯାଇଥିଲେ।କିଛି ସମୟ ଚରିବା ପରେ ହଠାତ୍ ୧୫ରୁ ଉର୍ଦ୍ଧ ଛେଳି ଟଳି ପଡ଼ିଥିଲେ। ତେବେ କୌଣସି ବିଷାକ୍ତ ଖାଦ୍ୟ ଖାଇବା ଯୋଗୁ କିମ୍ବା ସନ୍‌ଷ୍ଟ୍ରୋକ୍‌ରେ ଛେଳିଗୁଡ଼ିକର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share