Categories: ଜାତୀୟ

୧୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

ନୂଆଦିଲ୍ଲୀ/କଲମ୍ବୋ୬।୧୧: ଶନିବାର ତାମିଲନାଡୁର ୧୫ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ଶ୍ରୀଲଙ୍କା ସମୁଦ୍ର ତଟରେ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ଶ୍ରୀଲଙ୍କା ନୌସେନା ପକ୍ଷରୁ ରବିବାର ଏକ ବିବୃତିରେ ସୂଚନା ଦିଆଯାଇଛି। ଏପରିକି ମତ୍ସ୍ୟଜୀବୀଙ୍କ ୨ଟି ଡଙ୍ଗାକୁ ଜବତ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ସେତିକିବେଳେ ମାନ୍ନା ଦ୍ୱୀପର ଉତ୍ତର-ପଶ୍ଚିମ ଉପକୂଳରେ ଅବସ୍ଥିତ ତାଲାମାନନା ଅଞ୍ଚଳରୁ ମାଛ ଧରିବା ବେଳେ ଶ୍ରୀଲଙ୍କା ନୌସେନାର ପାଟ୍ରୋଲିଂ ବୋଟ ମତ୍ସ୍ୟଜୀବୀଙ୍କୁ ଘେରିଯାଇଥିଲା। ଏପରିକି ବେଆଇନ ଭାବେ ସାମୁଦ୍ରିକ ସୀମା ପାର କରିଥିବା ଅଭିଯୋଗରେ ୨ଟି ଡଙ୍ଗାକୁ ଜବତ କରି ୧୫ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ତାଙ୍କୁ ଥାଲାଇମନ୍ନାର ନ୍ୟାଭି କ୍ୟାମ୍ପକୁ ନିଆଯାଇଥିବା ଜଣାପଡିଛି। ଗିରଫ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି। ଅନ୍ୟପକ୍ଷେ ଗିରଫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ମତ୍ସଜୀବୀଙ୍କ ପରିବାର ଲୋକେ ଦାବି କରିଛନ୍ତି।

Share