Categories: ଜାତୀୟ

୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନାର ଅଳଙ୍କାର ପିନ୍ଧିଛନ୍ତି ରାମଲଲା

ଅଯୋଧ୍ୟା,୨୩।୧: ଅଯୋଧ୍ୟାନଗରୀରରେ ପ୍ରତିଷ୍ଠା ହୋଇ ସାରିଛି ରାମ ମନ୍ଦିର। ସୋମବାର ମନ୍ଦିରକୁ ଉଦ୍‌ଘାଟନ କରିବା ସହ ରାମଲଲାଙ୍କ ୫ବର୍ଷିୟ ବାଳକ ସ୍ବରପକୁ ସ୍ଥାପନା କରାଯାଇଛି। ବାଳୁତ ରାମଲଲାଙ୍କୁ ମୂଲ୍ୟବାନ ସୁନା-ହୀରା ଖଚିତ ଅଳଙ୍କାରରେ ସୁସଜ୍ଜିତ କରାଯାଇଛି। ଅଳଙ୍କାରରେ ୧୫କେଜି ସୁନା, ୧୮ହଜାର ହୀରା ଓ ପନ୍ନା ବ୍ୟବହୃତ ହୋଇଛି।
ଅଳଙ୍କାର ତିଆରି କରିବା ସମୟରେ କାରିଗରମାନେ ଆଧ୍ୟାତମ ରାମାୟଣ, ଶ୍ରୀମଦ ବାଲ୍ମିକୀ ରାମାୟଣ, ଶ୍ରୀରାମଚରିତ ମାନସ ଓ ଆଲବନ୍ଦର ସ୍ରୋତକୁ ସାବଧାନତାପୂର୍ବକ ସେଥିରେ ଖଚିତ କରିଛନ୍ତି। ଏହି ସମ୍ପୂର୍ଣ୍ଣ ଗହଣାରେ ୧୪ପ୍ରକାର ଆଭୂଷଣ ଗଢାଯାଇଛି। ଯଥାକ୍ରକେ ମଥାର ତିଳକ, ମୁକୁଟ, ୪ଟି ହାର, ଗୋଟିଏ କମରପଟି, ଦୁଇହଳ ପାଉଁଜି, ବିଜୟ ମାଳ, ଦୁଇଟି ମୁଦି। ଏହିସବୁ ଅଳଙ୍କାର ୧୨ଦିନରେ ପ୍ରସ୍ତୁତ ହୋଇଛି। ପ୍ରାଣ ପ୍ରତିଷ୍ଠା ହେବାର ୧୫ଦିନ ପୂର୍ବରୁ ରାମ ମନ୍ଦିର ଟ୍ରଷ୍ଟ, ଲକ୍ଷ୍ନୌର ହର୍ଷାମଲ ଶ୍ୟାମଲ ଜୁଏଲାରୀକୁ ଏହି ଦାୟିତ୍ୱ ଦେଇଥିଲା।

ରାମଲଲାଙ୍କ ମୁକୁଟ ୨୨କ୍ୟାରେଟ ସୁନାରେ ନିର୍ମିତ ହୋଇଛି। ଯେଉଁଥିରେ ୭୫କ୍ୟାରେଟ ହୀରା, ୧୭୫ କ୍ୟାରେଟ ଜାମ୍ବିଆନ ପନ୍ନା, ୨୬୨ କ୍ୟାରେଟର ରୁବି ଖଚିତ ହୋଇଛି। ମୁକୁଟଟିର ଓଜନ ପ୍ରାୟ ୧.୭କିଲୋ ରହିଛି।


ସେହିପରି ରାମଲଲାଙ୍କ ବାଳୁତ ମୁଖରେ ଝଟକୁ ଥିବା ତିଳକ ୧୬ଗ୍ରାମ ସୁନା ଓ ୩ କ୍ୟାରେଟ ହୀରାରେ ନିର୍ମିତ ହୋଇଛି। ତିଳକର ବାହାର ପାର୍ଶରେ ୧୦କ୍ୟାରେଟ ହୀରା ଲଗାଯାଇଛି। ଏଥିସହ ବରର୍ମେସ ରୁବିର ମଧ୍ୟ ବ୍ୟବହାର ହୋଇଛି।


ଏହିକ୍ରମରେ ପନ୍ନାରେ ତିଆରି ମୁଦିରେ ୪ କ୍ୟାରେଟ ହୀରା, ୩୩କ୍ୟାରେଟ ପନ୍ନା ଓ ଜାମ୍ବିଆନ ପନ୍ନା ବ୍ୟବହୃତ ହୋଇଛି।

Share