ନୂଆଦିଲ୍ଲୀ,୨୩/୧୦: ସୋମବାର ବାଂଲାଦେଶରେ ଘଟିଥିବା ଏକ ଭୟଙ୍କର ରେଳ ଦୁର୍ଘଟଣାରେ ୧୫ ଅଧିକ ଲୋକେ ମୃତ୍ୟ ବରଣ କରିଥିବା ବେଳେ ଶହେରୁ ଅଧିକ ଲୋକେ ଆହତ ହୋଇଛନ୍ତି। ପୂର୍ବ ଭୈରବ ସହରରେ ଏକ ମାଲବାହୀ ଟ୍ରେନ୍ ବିପରୀତ ଦିଗକୁ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ଧକ୍କା ଦେଇଥିଲା, ଯେଉଁଥିରେ ଦୁଇଟି ଯାତ୍ରୀବାହୀ ବଗି ଓଲଟି ପଡିଥିବା ଅଧିକାରୀ କହିଛନ୍ତି।
ରାଜଧାନୀ ଢାକାଠାରୁ ୬୦ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ଭୈରାବର ଜଣେ ସରକାରୀ ପ୍ରଶାସକ ସାଦିକୁର ରହମାନ କହିଛନ୍ତି ଯେ ଆମେ ୧୫ ଟି ମୃତଦେହ ଉଦ୍ଧାର କରିଛୁ, ଅନେକ ଆହତ ହୋଇଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଓଲଟି ପଡିଥିବା ବଗି ତଳେ ଅନେକ ମୃତ ଦେହ ଏବେ ମଧ୍ୟ ଚାପି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅଧିକାରୀ କହିଛନ୍ତି।