ଭୋପାଳ,୨୨।୧୦: ମଧ୍ୟପ୍ରଦେଶର ୩୦ ନଂ ଜାତୀୟ ରାଜପଥ ରେୱାଠାରେ ଶୁକ୍ରବାର ବିଳମ୍ବିତ ରାତିରେ ବଡ ଧରଣର ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଟ୍ରକ୍ ସହ ଧକ୍କା ହୋଇଛି। ଫଳରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି କରିଛି। ବସ୍ଟି ହାଇଦ୍ରାବାଦରୁ ଗୋରଖପୁର ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।