ଭୁଜାଲିରେ ହାଣି ଲୁଟିନେଲେ ୧୫ ଲକ୍ଷ ଟଙ୍କା

ପରଜଙ୍ଗ,୯ା୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା ଛକ ନିକଟରେ ରାଶନ ଦୋକାନ କରିଥିବା କ୍ଷୀରୋଦ ସାହୁଙ୍କ କର୍ମଚାରୀ ଜୟନ୍ତ ଆଚାର୍ଯ୍ୟ ସୋମବାର ଲୋଧଣି ଗ୍ରାମ୍ୟ ବ୍ୟାଙ୍କଙ୍କୁ ଟଙ୍କା ଡିପୋଜିଟ୍‌ କରିବାକୁ ଯାଇଥିବା ବେଳେ ୩ ଜଣ ଲୁଟେରା ବ୍ୟାଙ୍କ ସମ୍ମୁଖରେ ଆକ୍ରମଣ କରି ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇ ପଳାଇ ଯାଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।