ନୂଆଦିଲ୍ଲୀ,୧।୪: ଜଣେ ବ୍ୟବସାୟୀଙ୍କୁ ଘର ନିର୍ମାଣ ଲାଗି ସୁଯୋଗ ଦେବା ନିମନ୍ତେ ୧୫ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ଦିଲ୍ଲୀର ୨ ଜଣ ଭାଜପା ନେତା ସିୟାରାମ ଶାକ୍ୟ ଏବଂ ଧୀରଜ ପ୍ରଧାନଙ୍କ ନାମରେ ବଟି ଅସୁଲି ମାମଲା ରୁଜୁ ହୋଇଛି। ବୁଧବାର ଦ୍ୱାରିକା ଜିଲାର ଡାବ୍ରି ଥାନାରେ ଏନେଇ ଏତଲା ଦାଏର ହୋଇଥିଲା। ପ୍ରଧାନ ମେହରୁଲି ଜିଲା ଭାଜପା ଉପସଭାପତି ଥିବାବେଳେ ଶାକ୍ୟ ଜଣେ ସ୍ଥାନୀୟ ନେତା। ପୂର୍ବ କିଦ୍ଓ୍ବାଇ ନଗରରେ ରହୁଥିବା ବ୍ୟବସାୟୀ ଚମନ ପ୍ରକାଶ ସାକ୍ସେନା ଆଇନ ଅନୁଯାୟୀ ଘର ତିଆରି କରିବାକୁ ଯାଉଥିବାବେଳେ ଶାକ୍ୟ ତାଙ୍କ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ କରିଥିଲେ। ଏହା ପରେ ସେ ଚମନଙ୍କୁ ଧୀରଜଙ୍କ ଅଫିସକୁ ଡାକି ମାମଲା ସମାଧାନ ପାଇଁ ୧୫ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ଅଭିଯୋଗ ହୋଇଛି।