ବେଜିଂ: ଚାଇନାର ଜଣେ ମହିଳା ଫୁଡ୍ ବ୍ଲଗର୍ ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ଭାଙ୍ଗିଥିବାରୁ ୧ ଲକ୍ଷ ୨୫ ହଜାର ୟୁଆନ୍ ଅର୍ଥାତ୍ ୧୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି। ରିପୋର୍ଟ ଅନୁସାରେ, ଫୁଡ୍ ବ୍ଲଗର ବିଜି ଏକ ଭିଡିଓ ଶେୟାର କରିଛନ୍ତି। ସେଥିରେ ସେ ଗୋଟେ ବଡ଼ ଧଳା ଶାର୍କକୁ ୭ ହଜାର ୭୦୦ ୟୁଆନ୍ ଅର୍ଥାତ୍ ୯୩ ହଜାରରେ କିଣିଥିଲେ। ଶାର୍କର ଉଚ୍ଚତା ମହିଳାଙ୍କ ଉଚ୍ଚତା ୬ଫୁଟ ୬ ଇଞ୍ଚ ସହ ସମାନ ହେବ, ଯାହାକି ଚାଇନାର ବନ୍ୟପ୍ରାଣୀ ସଂରକ୍ଷଣ ଆଇନକୁ ପ୍ରଭାବିତ କରେ। ସେ ସେହି ଶାର୍କକୁ ବେଆଇନ ଭାବେ ଗତବର୍ଷ ଏପ୍ରିଲରେ କିଣି ଭିଡିଓ କରିଥିଲେ। ଯେଉଁଥିପାଇଁ ଜରିମାନା ଭରିବାକୁ ପଡ଼ିଛି।